ପ୍ରଚାର କଟକଣାକୁ ସାମାନ୍ୟ କୋହଳ କଲେ EC : ୧ହଜାର ଲୋକଙ୍କୁ ନେଇ ହୋଇପାରିବ ବୈଠକ

1 min read

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମ୍ପର୍କିତ କରୋନା କଟକଣା ଅବଧିକୁ ବଢ଼ାଇଲେ ନିର୍ବାଚନ କମିଶନ । ପଦଯାତ୍ରା, ରୋଡ ସୋ’ ନେଇ ଜାରି କଟକଣାକୁ ଫେବ୍ରୁଆରୀ ୧୧କୁ ବୃଦ୍ଧି କରାଯାଇଛି । ତେବେ ମିଟିଂ ନେଇ ଲାଗୁ ହୋଇଥିବା କଟକଣାରେ କିଛି କୋହଳ କରିଛନ୍ତି  ନିର୍ବାଚନ କମିଶନ ।

ସର୍ବାଧିକ ୧୦୦୦ ଲୋକଙ୍କୁ ନେଇ ଖୋଲା ସ୍ଥାନରେ ଜନ ସମାବେଶ କରିପାରିବେ ରାଜନୈତିକ ଦଳ ।  ଏଥିସହିତ ଡୋର ଟୁ ଡୋର କ୍ୟାମ୍ପେନକୁ ନେଇ ଧାର୍ଯ୍ୟ ସଂଖ୍ୟାକୁ ୨୦କୁ ବୃଦ୍ଧି କରାଯାଇଛି । ସୁରକ୍ଷାକର୍ମୀ ମଧ୍ୟ ଡୋର ଟୁ ଡୋର କ୍ୟାମ୍ପେନ୍‌ରେ ସାମିଲ ହୋଇପାରିବେ । ତେବେ ଆଭ୍ୟନ୍ତରୀଣ ବୈଠକରେ ସର୍ବାଧିକ ୫ଶହ ଲୋକ ଯୋଗଦେଇପାରିବ । ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୫ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସଂସଦରେ ପାଖାପାଖି ଦେଖିବାକୁ ମିଳିଲେ ରାହୁଲ-ସ୍ମୃତି, ରାଜନୈତିକ ମହଲରେ ଉଠିଲା ଏଭଳି ଚର୍ଚ୍ଚା

ଆଲୋଚନାରେ ଟିକାକରଣର ସ୍ଥିତି, ପୋଲିଂ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ଟିକାକରଣ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ରାଜ୍ୟମାନେ ଅବଗତ କରାଇଥିଲେ । ପ୍ରାପ୍ତ ସୂଚନା ମୁତାବକ ସଂକ୍ରମଣ ହାର କମିବା ସହ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ମଧ୍ୟ କମିଥିବା କହିଛନ୍ତି ନିର୍ବାଚନ କମିଶନ ।

Leave a Reply