ଦିଲ୍ଲୀରେ ଫୁଟଓଭର ବ୍ରିଜ ସହିତ ଧକ୍କା ହେଲା କ୍ରେନ, ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଫୁଟଓଭର ବ୍ରିଜ ସହିତ ଧକ୍କା ହେଲା କ୍ରେନ। ମୁହାଁମୁହିଁ ହେବାରୁ ଖସିଲା ଫୁଟଓଭର ବ୍ରିଜ। ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ। ରବିବାର ରାତିରେ ଦିଲ୍ଲୀ ଓ ନୋଏଡା ଲିଙ୍କ ରୋଡରେ ଏକ ହାଇଡ୍ରା କ୍ରେନ ଫୁଟଓଭର ବ୍ରିଜରେ ଧକ୍କା ହେବା ଯୋଗୁଁ ବ୍ରିଜର ଏକ ବଡ ଭାଗ ଭାଙ୍ଗି ତଳେ ପଡିଯାଇଛି। କ୍ରେନଟି ଅକ୍ଷରଧାମରୁ ବୁରାଡି ଆଡକୁ ଯାଉଥିଲା।

ଅନ୍ଧାର ହେବା କାରଣରୁ ଘଟିଛି ଅଘଟଣ। ସୌଭାଗ୍ୟବଶତଃ ଘଟଣାରେ କେହି ଆହତ ହୋଇନାହାଁନ୍ତି। ଘଟଣାସ୍ଥଳରେ ପାଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଗାଡି ଚାଳକଙ୍କ ଉପରେ ମାମଲା ରୁଜୁ କରିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ରିଜ ଉପର ଦେଇ ଲୋକଙ୍କ ଯାତାୟତକୁ ବନ୍ଦ କରିଦେଇଛି ପୋଲିସ।