ଭୁବନଶ୍ୱରକୁ ଟ୍ରେନ ଯାତାୟତ ଠପ୍

1 min read

ସାରା ରାଜ୍ୟରେ ଲଗାଣ ବର୍ଷା କାରଣରୁ ଯାତାୟତର ବାଧା ସୃଷ୍ଟି ହୋଇଛି। ବର୍ଷାରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ବର୍ଷା କାରଣରୁ ଠପ୍ ହୋଇଛି ଯାତାୟତ ଏବଂ ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି ଲୋକେ  । ଲଗାଣ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ବନ୍ଦ ରହିବା ସହ ଟ୍ରେନ ମଧ୍ୟ ବାତିଲ କରାଯାଇଛି  ।

ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସର ଗତିପଥକୁ ବଦଳାଯାଇଛି । ଏହା ଶ୍ରୀକାକୁଲମ ନିକଟରେ ଗତିପଥ ବଦଳାଇ ବିଶାଖାପାଟଣା ଯିବ । ଯାହାଫଳରେ ଫେରିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ ହୋଇଛି । ସେହିପରି ବିଶାଖାପାଟଣା-ବ୍ରହ୍ମପୁର ଏବଂ ଆସନ୍ତାକାଲି ଛାଡ଼ିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ୱାନ୍‌ ପେୟାର ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି । ଏହା ସହିତ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଟ୍ରେନ୍‌ ବାତିଲ ହୋଇଥିବା ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ')}

Leave a Reply