ବାତ୍ୟା ‘ଗୁଲାବ’ ପାଇଁ ବାତିଲ୍ ହେଲା ୨୮ଟି ଟ୍ରେନ୍, ୫ଟିର ଗତିପଥ ପରିବର୍ତ୍ତନ

1 min read
East Coast Railway Cancelled 28 Train For Cyclone Gulab

ଭୁବନେଶ୍ୱର: ରବିବାର ବାତ୍ୟା ‘ଗୁଲାବ’ ଆନ୍ଧ୍ରର କଳିଙ୍ଗପାଟଣମ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ୨୮ଟି ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଏକାଧିକ ଟ୍ରେନକୁ ଅନ୍ୟତ୍ର ଡାଇଭର୍ଟ ସହ ସମୟ ପରିବର୍ତ୍ତନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଘଣ୍ଟା ପ୍ରତି ୭ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’

ଭୁବନେଶ୍ୱର-ବେଙ୍ଗଳୁରୁ ପ୍ରଶାନ୍ତି ସ୍ପେଶାଲ, ଭୁବନେଶ୍ୱର-ଯଶୱନ୍ତପୁର ସ୍ପେଶାଲ, ଭୁବନେଶ୍ୱର-ବିଶାଖାପାଟଣମ ସ୍ପେଶାଲ, ବିଶାଖାପାଟଣମ- ଭୁବନେଶ୍ୱର ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ, ଭୁବନେଶ୍ୱର-ତିରୁପତି ସ୍ପେଶାଲ, ପୁରୀ-ଗୁଣୁପୁର ସ୍ପେଶାଲ, ପୁରୀ-ଚେନ୍ନାଇ ସେଣ୍ଟ୍ରାଲ ସ୍ପେଶାଲ ଭଳି ୨୮ଟି ଟ୍ରେନକୁ ବାତିଲ୍ କରାଯାଇଛି ।

https://twitter.com/EastCoastRail/status/1441818597060345857

ପୁରୀ-ଓଖଲା ସ୍ପେଶାଲ ଅନୁଗୁଳ-ସମ୍ବଲପୁର-ଟିଟିଲାଗଡ଼-ଲାଖୋଲି-ଭଲହର୍ସ ଦେଇ ଯିହ । ସେହିଭଳି ହାୱଡ଼ା-ଯଶୱନ୍ତପୁର ସ୍ପେଶାଲ, ହାୱଡ଼ା-ଭାସ୍କୋଡାଗାମା ସ୍ପେଶାଲ, ହାୱଡ଼ା-ଚେନ୍ନାଇ ସ୍ପେଶାଲ, ନ୍ୟୁ ଟିନସୁକିଆ-ବେଙ୍ଗଳୁରୁ ସ୍ପେଶାଲର ଗତିପଥ ପରିବର୍ତ୍ତନ କରାଯାଇଛି । ଏହି ୫ଟି ଟ୍ରେନ୍ ଖଡ଼ଗପୁର-ଝାରସୁଗୁଡ଼ା-ଭଲହର୍ସ ଦେଇ ଯିବ । ୫ଟି ଟ୍ରେନର ସମୟସୀମା ପରିବର୍ତ୍ତନ କରାଯାଇଛି ।

Leave a Reply