ଗାଇଙ୍କ ପାଇଁ ଡଙ୍ଗାରେ ଯାଉଥିଲେ ଘାସ ଆଣିବାକୁ, ମଝି ନଦୀରେ ଲେଉଟିଲା ଡଙ୍ଗା

1 min read

ବିହାର: ବିହାରର ପୂର୍ବ ଚମ୍ପାରନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଡଙ୍ଗାରେ ଯାଉଥିବା ବେଳେ ମଝି ନଦୀରେ ଲେଉଟିଲା ଡଙ୍ଗା। ଡଙ୍ଗାରେ ଥିଲେ ୨୨ ଜଣ ଯାତ୍ରୀ। ୨୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଛି। ରବିବାର ସକାରୁ ଏଭଳି ଏକ ଘଟଣା ଘଟିଛି ବିହାର ମୋତିହାରୀର ସିକରହନା ନଦୀରେ। ଡଙ୍ଗା ନଦୀରେ ବୁଡ଼ିଯିବା ଖବର ପାଇବା ମାତ୍ରେ ନଦୀ ଆଡ଼କୁ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଧାଇଁ ଥିଲେ ଉକ୍ତ ଗାଁର ଲୋକେ। ପୋଲିସ-ପ୍ରଶାସନକୁ ମଧ୍ୟ ସୂଚନା ଦିଆଯାଇଥିଲା। ବିଳମ୍ବ ନକରି ନଦୀରେ ବୁଡ଼ି ଯାଇଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଥିଲେ ​​ଗ୍ରାମବାସୀ। ବର୍ତ୍ତମାନ ସୁଦ୍ଧା ନଦୀରୁ କେବଳ ଗୋଟିଏ ମୃତ ଦେହ ମିଳିଥିବା ସୂଚନା ମିଳିଛି। ଏଥିସହିତ ଅନ୍ୟ ୫ ଜଣଙ୍କୁ ପାଣି ଭିତରୁ ବାହାର କରି ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି।

ସୂଚନାନୁସାରେ, ଲୋକମାନେ ଡଙ୍ଗାରେ ଗାଇଙ୍କ ପାଇଁ ଘାସ ଆଣିବାକୁ ଏକ ଛୋଟ ଡଙ୍ଗାରେ ଯାଉଥିଲେ। ଯେଉଁ ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ତେବେ ଡଙ୍ଗାରେ ଥିବା ୨୨ ଜଣଙ୍କ ମଧ୍ୟରୁ ଅଧିକାଂଶ ମହିଳା ରହିଛନ୍ତି। ଖାଲି ସେତିକି ନୁହେଁ ମହିଳା ମାନେ ତାଙ୍କ ଛୋଟ ପିଲା ମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ଯେଉଁ ଗୁରୁତର ପାଞ୍ଚ ଜଣଙ୍କୁ ଚିରାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଉଦ୍ଧାର ଲୋକଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ଡାକ୍ତର ମୋତିହାରୀକୁ ରେଫର୍ କରିଛନ୍ତି। ଡଙ୍ଗାରେ ଥିବା ସମସ୍ତ ଲୋକ ଗୋଦିୟା ହରଜ ଗାଁର ବୋଲି କୁହାଯାଉଛି। ଯେଉଁମାନେ ପ୍ରତିଦିନ ନଦୀ ପାର ହୋଇ ଗେଇଙ୍କ ପାଇଁ ଘାସ ଆଣିବାକୁ ଯାଆନ୍ତି।

Leave a Reply