କ୍ୟୁବାରେ ଭୁମିକମ୍ପ। ଥରିଲା ଅଟ୍ଟାଳିକା, ଭୁଶୁଡ଼ି ପଡ଼ିବାର ଆଶଙ୍କା
1 min readନନ୍ଦଘୋଷ ବ୍ୟୁରୋ : ପ୍ରଥମେ କାରିବିଆନ୍ ସାଗରରେ ସୃଷ୍ଟି ହୋଇଥିବା ଝଡ଼ ରାଫେଲ୍ ବିନାଶ ଘଟାଇଥିଲା । ବର୍ତ୍ତମାନ ଭୂମିକମ୍ପର କମ୍ପନ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ରବିବାର ବିଳମ୍ବିତ ରାତିରେ କ୍ୟୁବା ଦ୍ୱୀପରେ କ୍ରମାଗତ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିଲା । ତେବେ ଭୂମିକମ୍ପ ଯୋଗୁଁ କୌଣସି ଜୀବନ ହାନୀ ହେବାର ସୂଚନା ନାହିଁ। କୌଣସି ସୁନାମି ଚେତାବନୀ ନାହିଁ, କିନ୍ତୁ କୋଠାଘର ଭାଙ୍ଗି ନଷ୍ଟ ହୋଇଛି । ଅନେକ ଅଟ୍ଟାଳିକା ଥରି ଉଠିଛି ଏବଂ ବର୍ତ୍ତମାନ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଏପରିକି ଲୋକଙ୍କ ଘରର ଜିନିଷ, କବାଟ ଏବଂ ଝରକା ମଧ୍ୟ ଦୋହଲି ଯାଇଛି । ଅଧିକାଂଶ ସହରରେ ଲୋକମାନେ ନିଜ ଘର ବାହାରେ ରାତି ବିତାଇଲେ । ଲୋକମାନେ ରାତିସାରା ନିଜ ପିଲା ଏବଂ ପରିବାର ସହିତ ରାସ୍ତାରେ ବସି ରହିଲେ । ଲୋକମାନେ କହିଛନ୍ତି ଯେ ଭୂମିକମ୍ପ ଯୋଗୁଁ ସେମାନଙ୍କ ଘରର କାନ୍ଥ ଭାଙ୍ଗି ଘରଗୁଡ଼ିକ ଖରାପ ହୋଇଯାଇଛି ।
ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ଅନୁଯାୟୀ ସାଣ୍ଟିଆଗୋ ଡି କ୍ୟୁବାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କ୍ୟୁବାର ପୂର୍ବ ଭାଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ର ପୂର୍ବ କ୍ୟୁବାର ଦକ୍ଷିଣ ଗ୍ରାନମା ପ୍ରଦେଶର ବାର୍ଟୋଲୋମେ ମାସୋ ଠାରୁ ପ୍ରାୟ ୪୦କିଲୋମିଟର ଦୂରରେ ଥିଲା ଏବଂ ଏହାର ଗଭୀରତା ୧୬.୬ ମାଇଲ ଥିଲା ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ, ଯାହାର ତୀବ୍ରତା ୬.୮ ଥିଲା । ପୂର୍ବ ଭୂମିକମ୍ପର ଏକ ଘଣ୍ଟା ପରେ ପୁଣି ଭୂମିକମ୍ପ ଘଟିଥିଲା । ଯାହାର ତିବ୍ରତା ୫.୯ ବୋଲି USGS ରିପୋର୍ଟରୁ ଜଣାପଡିଛି । ୧୯୯୦ ଦଶକରୁ ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି କ୍ୟୁବା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍-କାନେଲ କହିଛନ୍ତି ଯେ ଏହି ଭୂମିକମ୍ପ ଅନେକ ଅଞ୍ଚଳରେ ଭୂସ୍ଖଳନ ମଧ୍ୟ କରିଛି। ଅନେକ ଘର ଓ ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହୋଇଛି । ରବିବାର ଦିନ ରାଜଧାନୀର ପ୍ରାୟ ୮୫ ପ୍ରତିଶତ ବାସିନ୍ଦାଙ୍କ ପାଇଁ ବିଦ୍ୟୁତ୍ ସ୍ଥାପିତ ହୋଇଥିବାବେଳେ ପଶ୍ଚିମ ଦିଗରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ପ୍ରଦେଶ ଆର୍ଟେମିସା ଏବଂ ପିନାର୍ ଡେଲ ରିଓ ଅନ୍ଧାରରେ ରହିଥିଲେ।