ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଂଗରେ ଭୂକମ୍ପ ଅନୁଭୂତ। ଭୂକମ୍ପରେ ଥରିଲା କୋଲକାତା, ହୁଗୁଳି, ମାଲଦା, ନଦିଆ। ଏହାସହ କୁଚବିହାର, ଦକ୍ଷିଣ ଦିନାଜପୁରରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏପରିକି ତ୍ରିପୁରାର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ପଡ଼ୋଶୀ ବାଂଲାଦେଶରେ ବି ଭୂକମ୍ପ ଅନୁଭୂତ ହୋଇଛି। ବାଂଲାଦେଶରେ ଭୂକମ୍ପରେ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ କରାଯାଇଛି। ଭୂକମ୍ପ ଅନୁଭୂତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଧରି ଆତଙ୍କ ପ୍ରକାଶ ପାଇଥିଲା। ବାଂଲାଦେଶ ରାଜଧାନୀ ଢାକ୍କାରେ ଭୂକମ୍ପର ପ୍ରଭାବ ପଡିଛି। ସାରା ଉତ୍ତରପୂର୍ବ ଭାରତରେ ଏହା ଅନୁଭୂତ ହୋଇଛି ବୋଲି କହିଛି ଆମେରିକା ଭୂତାତ୍ତ୍ବିକ ସର୍ବେକ୍ଷଣ ବିଭାଗ। ଭୂକମ୍ପର କେନ୍ଦ୍ରସ୍ଥଳୀ ରହିଛି ଢାକ୍କାଠାରୁ ୫୦ କିଲୋମିଟର ଦୂର ନରସିଙ୍ଗଦି।

