spot_img

Latest Posts

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ଆସିପରେ ସୁନାମୀ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ୭.୪ ତୀବ୍ରତା ରେକର୍ଡ ।ସମୁଦ୍ରରେ ଉଠିଲା ୧ ମିଟର ଉଚ୍ଚର ଜୁଆର । । ଏହି ଭୂକମ୍ପ ପରେ ସେଠାରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଉତ୍ତର କେନ୍ଦ୍ରୀୟ ଜାପାନରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।

ଏହି ଭୂକମ୍ପ ଘଟିବା ମାତ୍ରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଥିଲା।  ଲୋକମାନଙ୍କୁ ଇଶିକାୱା, ନିଗାତା, ତୋୟାମା ଏବଂ ୟାମାଗାଟା ଉପକୂଳବର୍ତ୍ତୀ ଅଞ୍ଚଳ ଛାଡିବାକୁ କୁହାଯାଇଛି। ଇଶିକାୱାସ୍ଥିତ ନୋଟୋ ଉପଦ୍ୱୀପ ନିକଟରେ ସମୁଦ୍ରଠାରୁ ୫ ମିଟର ପର୍ଯ୍ୟନ୍ତ ଲହଡି ହେବାର ସମ୍ଭାବନା ରହିଛି । ଏହି ଭୂମିକମ୍ପରେ କ୍ଷତିକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ। ଭୂକମ୍ପ ପାଇଁ ଜାପାନର ୩୬ହଜାର ଘରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟରେ ସ୍ଥିତି ଉପରେ ନଜର ରଖାଯାଇଛି ।

Latest Posts

Don't Miss