୬.୪ ତୀବ୍ରତାର ଭୂମିକମ୍ପରେ ଥରିଲା ଆସାମ
1 min readଗୁଆହାଟି: ଆସାମର ଗୁଆହାଟି ସମେତ ପୂର୍ବ ଭାରତରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ୭ଟା ୫୫ ମିନିଟରେ ଅନୁଭୂତ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରହିଥିବା ଜଣାପଡ଼ିଛି । ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଆସାମର ସୋନିତପୁର ବୋଲି ଜଣାପଡ଼ିଛି । ଭୂମିକମ୍ପ ଝଟକା କିଛି ସମୟ ଧରି ଅନୁଭୂତ ହୋଇଥିବା ବେଳେ ଲୋକ ଘର ଭିତରୁ ବାହାରକୁ ଚାଲି ଆସିଥିଲେ ।
Earthquake of Magnitude:6.4, Occurred on 28-04-2021, 07:51:25 IST, Lat: 26.69 & Long: 92.36, Depth: 17 Km ,Location: 43km W of Tezpur, Assam, India for more information download the BhooKamp App https://t.co/sayMF9Gumd pic.twitter.com/lWRDtIAWh5
— National Center for Seismology (@NCS_Earthquake) April 28, 2021
ଭୂମିକମ୍ପର ପ୍ରଭାବ ଆସାମ ସମେତ ଉତ୍ତର ପଶ୍ଚିମବଙ୍ଗରେ ମଧ୍ୟ ଅନୁଭୂତ ହୋଇଛି । ଗୁଆହାଟିର କେତେକ ସ୍ଥାନରେ ଭୂମିକମ୍ପ ପରେ ବିଦ୍ୟୁତ୍ କଟି ଯାଇଛି । ସୂଚନା ଅନୁସାରେ ଭୂମିକମ୍ପ ଝଟକା ୨ଥର ଅନୁଭୂତ ହୋଇଛି । ପ୍ରଥମ ଝଟକା ୭ଟା ୫୫ରେ ହୋଇଥିବା ବେଳେ ଏହାର କିଛି ସମୟ ପରେ ଦ୍ୱିତୟ ଥର ଭୂମିକମ୍ପ ହୋଇଥିଲା ।
Few early pictures of damage in Guwahati. pic.twitter.com/lTIGwBKIPV
— Himanta Biswa Sarma (Modi Ka Parivar) (@himantabiswa) April 28, 2021
ଭୂମିକମ୍ପ ଝଟକାରେ ଆସାମରେ କ୍ଷୟକ୍ଷତି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତା ବିସ୍ୱା ସରମା ୨ଟି ଫଟୋ ସେୟାର୍ କରିଛନ୍ତି । ପ୍ରଥମେ ୬.୪ ତୀବ୍ରତାର ଭୂମିକମ୍ପ ପରେ ଆଉ ୨ଟି ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଓ ୪.୪ ରହିଛି । ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦାର୍ଜିଲିଂରେ ଭୂମିକମ୍ପ ପରେ ଲୋକ ଘର ବାହାରକୁ ଚାଲି ଆସିଛନ୍ତି ।