ଭୂମିକମ୍ପରେ ଥରିଲା ଦୁଇ ଦେଶ, ୫.୪ ଓ ୫.୮ ତୀବ୍ରତାର ଭୂମକମ୍ପ ଅନୁଭୂତ

1 min read

ନନ୍ଦିଘୋଷ ବ୍ୟୁରୋ : ଦୁଇ ଦେଶରେ ଭୂମକମ୍ପ । ଜାପାନଓ ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିଲା । ଯାହା ଜାପାନର ଓକିନାୱା ସହରକୁ ଥରାଇ ଦେଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ୟୋନାଗୁନିରୁ ୪୮ କିଲୋମିଟର ଦୂରରେ, ଭୂପୃଷ୍ଠର ୧୨୪ କିଲୋମିଟର ତଳେ ଅବସ୍ଥିତ। ଯଦିଓ ଏହି ଭୂମିକମ୍ପ ଯୋଗୁଁ ସୁନାମି ଚେତାବନୀ ଜାରି କରାଯାଇ ନାହିଁ, ତଥାପି ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି  । କାରଣ ଜାପାନ ସରକାର ପୂର୍ବରୁ ଏକ ରିପୋର୍ଟ ଜାରି କରିଛନ୍ତି, ଯେଉଁଥିରେ ଜାପାନରେ ଏକ ବଡ଼ ଭୂମିକମ୍ପ ହେବା ସହ  ଏହା ବ୍ୟାପକ ଧ୍ୱଂସ ଘଟାଇବ । ପ୍ରାୟ ୩ ଲକ୍ଷ ଲୋକ ମୃତ୍ୟୁବରଣ କରିବେ ଓ ପୁଣି ଥରେ ସୁନାମି ଆସିବ। ଏଥିରେ ଜାପାନ ସରକାର ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି  । ଏହା ସହିତ ଏଜେନ୍ସିଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି ।

ଅନ୍ୟପକ୍ଷରେ, ଇଣ୍ଡୋନେସିଆରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଇଣ୍ଡୋନେସିଆରେ ୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆର ପଶ୍ଚିମ ଆଚେ ପ୍ରଦେଶରେ ରିକ୍ଟର ସ୍କେଲରେ ୫.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସିମେଉଲୁ ରିଜେନ୍ସିର ସିନାବୁଙ୍ଗ ସହରରୁ ୬୨ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ର ପତ୍ତନରୁ ୩୦ କିଲୋମିଟର ତଳେ ଅବସ୍ଥିତ ଥିଲା। ତଥାପି, ଏହି ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ କିମ୍ବା କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ।