ଆଫଗାନିସ୍ତାନରେ ଭୂକମ୍ପ, ପ୍ରାୟ ୧୦୦୦ ଜଣଙ୍କ ମୃତ୍ୟୁ

କାବୁଲ: ଆଜି ସକାଳେ ଆଫଗାନିସ୍ତାନରେ ଭୟାବହ ଭୂମିକମ୍ପ ହୋଇଛି । ଭୂମିକମ୍ପରେ ସାରା ଆଫଗାନିସ୍ତାନ ଧ୍ବସ୍ତବିଧ୍ବସ୍ତ ହୋଯାଇଛି  । ଏଥିରେ ପ୍ରାୟ ୧୦୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ମପାଯାଇଛି  । ସେହିପରି ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି  ।

ଆମେରିକୀୟ ଜିଓଲଜିକାଲ ସର୍ଭେର ରିପୋର୍ଟ ମୁତାବକ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତନର ଖୋସ୍ତ ସହରଠାରୁ ୪୪ କିମି ଦୂରରେ ରହିଥିଲା । ଆଫଗାନିସ୍ତାନର ପାକଟିକା ପ୍ରାନ୍ତରରେ ଭୟଙ୍କର ବିଧ୍ବଂସ ଘଟିଛି  । ଏଠି ସର୍ବାଧିକ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା  । ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରରେ ଜଣେ ଲୋକର ମୃତ୍ୟୁ ଘଟିଥିବା ସୂଚନା ରହିଛି  । କୁହାଯାଉଛି ଯେ ଭୂକମ୍ପ ପ୍ରଭାବରେ ଘରର ଛାତ ପଡି ତାଙ୍କର ମୃତ୍ୟୁ ଘଟିଛି  ।

ପାକିସ୍ତାନରେ ପେଶାୱର, ଇସଲାମବାଦ, ଲାହୋର ଏବଂ ପଞ୍ଜାବ ତଥା ଖୈବର ପଖତୁନଖ୍ବା ପ୍ରାନ୍ତରର ବିଭିନ୍ନ ଅଞ୍ଚଳ ଏବଂ ଭାରତ ପର୍ଯ୍ୟନ୍ତ ଏହି ଭୟଙ୍କର ଭୂକମ୍ପର ଝଟକା ଅନୁଭୂତ ହୋଇଛି  । ଭୂକମ୍ପର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଆଫଗାନିସ୍ତାନରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି  । ଯାହାଫଳରେ ତଳେ ଚାପି ହୋଇ ଅନେକ ଲୋକଙ୍କ ମୃ୍ତ୍ୟୁ ହୋଇଛି  । ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ଆଶଙ୍କା କରାଯାଉଛି  ।