spot_img

Latest Posts

ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା: ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏନେଇ ପୁରୀ ଏସପି କେ ଵିଶାଲ ସିଂ ସୂଚନା ଦେଇଛନ୍ତି । ଅଟକ ସନ୍ଦିଗ୍ଧ ଅଣସେବାୟତ ଓ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପଡ଼ିଛି । ତାଙ୍କୁ ପୁରୀ ଓ ଖୋର୍ଦ୍ଧା ସୀମାରୁ ଧରାଯାଇଛି । ସିସିଟିଭି ଯାଞ୍ଚ ବେଳେ ସନ୍ଦିଗ୍ଧଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ଏହାପରେ ତାଙ୍କ ଫଟୋ ଦେଖାଇ ବିଭିନ୍ନ ସ୍ଥାନରେ ତନାଘନା କରିଥିଲା ପୋଲିସ । ସନ୍ଦିଗ୍ଧଙ୍କୁ ଧରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଥିଲା । ଏକ ସ୍ୱତନ୍ତ୍ର  ଟିମ୍ ସନ୍ଦିଗ୍ଧକୁ ଧରିବାରେ ସଫଳ ହୋଇଛି । ତେବେ କାହିଁକି ରୋଷଘର ଚୁଲି ଭାଙ୍ଗିଥିଲେ, ସେନେଇ ପଚରାଉଚରା କରୁଛି ପୋଲିସ ।

ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ଶ୍ରୀମନ୍ଦିର ଭିତରେ ଥିବା ଜେଟିପି କର୍ମଚାରୀଙ୍କ ସହ କଥା ହେଉଥିବା ଜଣାପଡ଼ିଥିଲା। ଏଥିପାଇଁ ଚାରିଜଣ ଜେଟିପିଙ୍କୁ ପଚରାଉଚୁରା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଶ୍ରୀମନ୍ଦିର ରୋଷ ଘର ଦୟିତ୍ୱରେ ଥିବା ଧୋପଖାଳ, ପାଇକ, ଦ୍ୱାରପାଳିକା ଓ ଅଙ୍ଗରିଆଙ୍କୁ ପଚରାଉଚରା କରାଯାଇଥିଲା । ସିସିଟିଭି ଫୁଟେଜରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଶ୍ରୀମନ୍ଦିରର ଚାରିଜଣ ଜେଟିପି ଶ୍ରୀମନ୍ଦିର ବାହାରେ ଛାଡିଥିବାରୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ପଚରାଉଚରା କରାଯାଇଥିଲା ।

ସୂଚନା ଯୋଗ୍ୟ ଯ, ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନୀଲ ବଂଶଲ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ରୋଷଘର ପରିଦର୍ଶନ କରିବା ସହ ସେବାୟତଙ୍କ ସହ କଥାବାର୍ତ୍ତା ହୋଇଥିଲେ । । ଏବଂ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଘଟଣାର ନେଇ  ମାମଲା ରୁଜୁ ହୋଇସାରିଛି ଏବଂ ପୋଲିସ ତଦନ୍ତ କରୁଛି । ବର୍ତ୍ତମାନ ହସ୍ତଗତ ହୋଇଥିବା ସିସିଟିଭି ଫୁଟେଜ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ମନ୍ଦିର ଭିତରେ ଥିବା ଦେଖିବାକୁ ମିଳିଛି । ଏହା ସହ ମନ୍ଦିର ପରିସରରେ ଜେଟିପି ସହ ସରକାରୀ ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯିବ । ଯେଉଁ ସ୍ଥାନମାନଙ୍କରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲଗାଯିବ । ତେବେ ସୁଅର-ମହାସୁଅର ସେବାୟତଙ୍କ ମଧ୍ୟରେ ସେଭଳି କିଛି ମନମାଳିନ୍ୟ ନାହିଁ, ଯାହାର ପରିଣାମ ସ୍ୱରୂପ ଏଭଳି ଘଟଣା ଘଟିବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଥିଲେ ।

Latest Posts

Don't Miss