ମୁଖ୍ୟମନ୍ତ୍ରୀ ପାଳିଲେ ଆର୍ଥ ଆଓ୍ୱାର, ନବୀନ ନିବାସରେ ବନ୍ଦ ହେଲା ଅନାବଶ୍ୟକ ଲାଇଟ୍

ଭୁବନେଶ୍ୱର: ନବୀନ ନିବାସରେ ବନ୍ଦ ହେଲା ଅନାବଶ୍ୟକ ଲାଇଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୃଥିବୀ ମା’ ପାଇଁ ଘଣ୍ଟାକର ଆର୍ଥ ଆୱାର ପାଳନ କରିଛନ୍ତି । ଗତକାଲି ରାତି ସାଢେ ୮ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଥିଲା ଆର୍ଥ ଆୱାର । ପୃଥିବୀ ପାଇଁ ଏକ ଘଣ୍ଟା । ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ଘଣ୍ଟାଏ ପାଇଁ ଅନାବଶ୍ୟକ ଲାଇଟକୁ ସୁଇଚ୍ ଅଫ୍ କରାଯାଏ । ଗତକାଲି ପୁରା ବିଶ୍ବ ଏହି ଆର୍ଥ ଆୱାର ପାଳନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆର୍ଥ ଆଓ୍ୱାର ପାଳନ କରିଛନ୍ତି । ନବୀନ ନିବାସରେ ରାତି ସାଢ଼େ ୮ଟା ପୂର୍ବରୁ ପୂରା ଆଲୋକିତ ରହିଥିଲା । କିନ୍ତୁ ଠିକ୍ ସାଢେ ୮ଟା ସମୟରେ ନବୀନ ନିବାସରେ ସବୁ ଲାଇଟ୍ ସୁଇଚ୍ ଅଫ୍‌ କରାଯାଇଥିବା ଦେଖିବାକୁ ମିଲିଥିଲା ।