ସ୍ତ୍ରୀଙ୍କ ରୋଜଗାର ଥିଲେ ସ୍ୱାମୀଙ୍କୁ ଦେବେ ଭରଣପୋଷଣ

Earning Wife Will Have To Bear Husbands Expenses After Divorce High Court

ମୁମ୍ବାଇ: ଆପଣ ସବୁବେଳେ ଶୁଣିଥିବେ ଛାଡ଼ପତ୍ର ହେଲେ ପତି, ପତ୍ନୀଙ୍କୁ ଭରଣପୋଷଣ ଦିଅନ୍ତି । କିନ୍ତୁ ଏଥର ହାଇକୋର୍ଟ ସ୍ୱାମୀଙ୍କ ହକକୁ ନେଇ ଶୁଣାଇଛନ୍ତି ନିଷ୍ପତ୍ତି । ଛାଡ଼ପତ୍ର ପରେ ସ୍ୱାମୀଙ୍କୁ ମାସିକ ଖର୍ଚ୍ଚ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Earning Wife Will Have To Bear Husbands Expenses After Divorce High Court

ମାମଲା କ’ଣ ?

  • ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଛାଡ଼ପତ୍ର ପରେ ପତିଙ୍କୁ ଖର୍ଚ୍ଚ ଦେବା ଲାଗି ସ୍ତ୍ରୀଙ୍କୁ କହିଛନ୍ତି କୋର୍ଟ ।
  • ୧୯୯୨ ଏପ୍ରିଲ୍ ୧୭ରେ ଉଭୟ ବାହା ହୋଇଥିଲେ । ପରେ ସ୍ୱାମୀଙ୍କ ନିଷ୍ଠୁରତାକୁ କାରଣ ଦର୍ଶାଇ ସ୍ତ୍ରୀ ଛାଡ଼ପତ୍ର ମାଗିଥିଲେ । ୨୦୧୫ରେ ନାନ୍ଦେଡ଼ ଅଦାଲତ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଥିଲେ ।
  • ଏହାପରେ ସ୍ୱାମୀ ନିମ୍ନ ଅଦାଲତରେ ଭରଣପୋଷଣ ପାଇଁ ମାସିକ ୧୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ।
  • ସ୍ୱାମୀ ଦର୍ଶାଇଥିଲେ ତାଙ୍କର ରୋଜଗାର ପନ୍ଥା ନାହିଁ । ଯେତେବେଳେ କି ତାଙ୍କ ସ୍ତ୍ରୀ ଏମ୍ଏ ସହ ବିଏଡ୍ କରିଛନ୍ତି ଏବଂ ଶିକ୍ଷକ ଅଛନ୍ତି ।

ସ୍ୱାମୀଙ୍କ ଦାବି

  • କୋର୍ଟରେ ସ୍ୱାମୀ ଦାବି କରିଥିଲେ ସେ ସ୍ତ୍ରୀଙ୍କୁ ପାଠ ପଢ଼ାଇଛନ୍ତି ।
  • ସ୍ତ୍ରୀ ମାସିକ ୧୫ ହଜାର ଟଙ୍କା ଆୟ କରୁଛନ୍ତି ।
  • ନିଜ ସ୍ୱାସ୍ଥ୍ୟ ଠିକ୍ ରହୁ ନାହିଁ ।
  • ସେ କୌଣସି କାର୍ଯ୍ୟ କରିପାରିବେ ନାହିଁ ।
  • ପତ୍ନୀଙ୍କ ପାଖରେ ଘରର ସମସ୍ତ ଜିନିଷ ଓ ସମ୍ପତ୍ତି ରହିଛି ।
  • Earning Wife Will Have To Bear Husbands Expenses After Divorce High Court

ପତ୍ନୀଙ୍କ ଦାବି

  • ସ୍ୱାମୀ ଏକ ତେଜରାତି ଦୋକାନ କରିଛନ୍ତି ।
  • ସେ ଏକ ଅଟୋରିକ୍ସାର ମାଲିକ ।
  • ରିକ୍ସାକୁ ଭଡ଼ାରେ ଦେଇ ଟଙ୍କା କମାନ୍ତି ।
  • ଉଭୟଙ୍କର ଏକ ଝିଅ ଥିବାବେଳେ ମାଆ ଉପରେ ନିର୍ଭର କରେ ।

କ’ଣ କହିଲେ କୋର୍ଟ ?

ଉଭୟ ପକ୍ଷଙ୍କ ରୋଜଗାର ଓ ସମ୍ପତ୍ତି ଦେଖିବା ପରେ କୋର୍ଟ ସ୍ୱାମୀଙ୍କୁ ମାସିକ ୩ ହଜାର ଟଙ୍କା ଦେବା ପାଇଁ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।