ଆଜିଠୁ ରାଜଧାନୀରେ ଇ-ରୁପି ସେବା ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ୪ ସହର

1 min read

ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଇ-ରୁପି ସେବା । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ସହରରେ ଇ-ରୁପି ସେବା ଉପଲବ୍ଧ ହେବ । ଭୁବନେଶ୍ବର ସମେତ ମୁମ୍ବାଇ, ନୂଆଦିଲ୍ଲୀ ଓ ବେଙ୍ଗାଲୁରୁରେ ଇ-ରୁପି ମିଳିବ ।

ପ୍ରଥମ ପର୍ଯ୍ୟାୟ ପରେ ଆଉ ୯ଟି ସହର ଅହମ୍ମଦାବାଦ, ଗ୍ୟାଙ୍ଗଟକ, ଗୌହାଟୀ, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଓ ସିମଲାରେ ବି ଏହି ସୁବିଧା ଉପଲବ୍ଧ ହେବ । ଇ-ରୁପି କାରବାର ପାଇଁ ୮ଟି ବ୍ୟାଙ୍କକୁ ଚୟନ କରାଯାଇଛି । ପରବର୍ତ୍ତୀ ସମୟରେ ଏଥିରେ ଅଧିକ ବ୍ୟାଙ୍କ ଓ ସହରକୁ ସାମିଲ କରାଯିବ ବୋଲି RBI ପକ୍ଷରୁ କୁହାଯାଇଛି ।