ଇ-ଅଫିସ ଆରମ୍ଭ କରିବା ଦିଗରେ ସି.ଏମ୍.ଜି.ଆଇ.ର କାର୍ଯ୍ୟ ପ୍ରଶଂସନୀୟ

1 min read

ଭୁବନେଶ୍ୱର: ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଆଉ ଏକ ପଦକ୍ଷେପ । ଫାଇଭ-ଟି ଆଧାରରେ କଟକ ପୌର ନିଗମ, ଓଡ଼ିଶା ଜଳ ବିଦ୍ୟୁତ ନିଗମ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବ ବିଦ୍ୟାଳୟ ପାଇଁ ଇ-ଅଫିସର ହୋଇଛି ଶୁଭାରମ୍ଭ । ଲୋକସେବା ଭବନରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୮୩୬ ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ ଆରମ୍ଭ କରିବା ଦିଗରେ ସି.ଏମ୍.ଜି.ଆଇ.ର କାର୍ଯ୍ୟ ପ୍ରଶଂସନୀୟ ।

ଏହି ବ୍ୟବସ୍ଥା ଫାଇଲ୍ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି । ବିଭିନ୍ନ କାର୍ଯ୍ୟାଳୟରେ ଇ-ଅଫିସର ଗ୍ରହଣୀୟତା ଓ କାର୍ଯ୍ୟକାରିତା ବେଶ୍ ଉତ୍ସାହ ଜନକ ହୋଇଛି । ଖୁବଶୀଘ୍ର ଆଉ ୧୦୦ଟି କାର୍ଯ୍ୟାଳୟ ଓ ନିଗମରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି କହିଛନ୍ତି ସି.ଏମ୍.ଜି.ଆଇ.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ସତ୍ୟପ୍ରିୟ ରଥ ।