spot_img

Latest Posts

KBCରେ ସ୍ପ୍ରିଣ୍ଟର କୁଇନ୍‌: ସାମ୍ନାରେ ବିଗ୍‌-ବି

କେବିସରେ ନଜର ଆସିବେ ସ୍ପ୍ରିଣ୍ଟର କୁଇନ୍‌ ଦୂତିଚାନ୍ଦ। କୌନ୍ ବନେଗା କରୋଡପତିର ହଟ୍‌ ସିଟରେ ବସିବେ ଓ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ରଖିବେ ଦୂତି। ସର୍ବଦା ଟ୍ରାକରେ ବଡ଼ ବଡ଼ ପ୍ରତିଯୋଗୀଙ୍କୁ ସାମ୍ନା କରିଆସିଥିବା ଦୂତି ଏଥର ବିଗ-ବିଙ୍କୁ ସମ୍ମୁଖୀନ କରିବେ। ଏଥିପାଇଁ ତାଙ୍କୁ ଡକାର ମିଳିଛି। ସେ ଆଗାମୀ ସପ୍ତାହରେ ସୁଟିଂ ପାଇଁ ମୁମ୍ବାଇ ଯିବେ। ଦୌଡରଣୀ ଦୂତିଚାନ୍ଦଙ୍କ ଜଲୱା ଟ୍ରାକରେ ସମସ୍ତେ ଦେଖିଥିବା ବେଳେ ଏଥର ତାଙ୍କୁ କେବିସିରେ ଦେଖିବାକୁ ମିଳବ। ଅମିତାଭ ବଚ୍ଚନଙ୍କ ସହ ହଟ ସିଟରେ ଲୋକପ୍ରିୟ ‘ଶୋ’ କୌନ୍ ବନେଗା କରୋଡପତିରେ ତାଙ୍କୁ ଦେଖିବାକୁ ମିଳିବ। ବିଗ୍‌-ବିଙ୍କ ସହ ଏଥର ଟ୍ରାକରେ ନୁହେଁ ହଟ ସିଟରେ ଖେଳିବେ ଦୂତି। ଅମିତାଭଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେବେ ଦୂତି। ଓଡ଼ିଶାବାସୀଙ୍କ ସହ ସାରା ଦେଶ ତାଙ୍କୁ ଦେଖିବ। ଯାହାକୁ ନେଇ ଦୂତି ବେଶ ଉତ୍ସାହିତ ଅଛନ୍ତି। ପୂର୍ବରୁ ଦୂତି କପିଲ ଶର୍ମା ଶୋରେ ନଜର ଆସିଥିଲେ। ଯେଉଁଥିରେ ସେ ନିଜ ଜୀବନର ଅନେକ କଥା ସେୟାର କରିବା ସହ ଭିନ୍ନ ଅନୁଭୂତି ଲାଭ କରିଥିଲେ। ')}

Latest Posts

Don't Miss