ଅର୍ଜୁନ ପୁରସ୍କାର ଟ୍ରଫି ପାଇଲେ ଦୂତି ଚାନ୍ଦ; ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ବିଭାଗକୁ ଜଣାଇଲେ ଧନ୍ୟବାଦ
1 min readଭୁବନେଶ୍ୱର: ଭାରତୀୟ ଅଲିମ୍ପିଆନ୍ ତଥା ଓଡ଼ିଆ ଦୌଡ଼ ରାଣୀ ଦୂତି ଚାନ୍ଦ ସୋମବାର ଅର୍ଜୁନ ପୁରସ୍କାରର ଟ୍ରଫି ଗ୍ରହଣ କରିଛନ୍ତି । ତାଙ୍କ ସହ ଅନ୍ୟାନ୍ୟ ବିଭାଗର ମୋଟ ୨୭ ଜଣ ଖେଳାଳି ସୋମବାର ନୂଆଦିଲ୍ଲୀରେ ଅର୍ଜୁନ ପୁରସ୍କାର ଟ୍ରଫି ଗ୍ରହଣ କରିଛନ୍ତି । ଦୂତି ଟ୍ୱିଟରରେ ଟ୍ରଫି ସହ ନିଜ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଏବଂ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ ବିଭିନ୍ନ ସୁବିଧା ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।
Today I received the trophy of Arjuna Award, though the award I have already received last year on virtual mode. Thanks to @Naveen_Odisha Sir, @achyuta_samanta Sir, @sports_odisha & @IndiaSports for all their support in building my career. pic.twitter.com/rInPjqWbvz
— Dr Dutee Chand Olympian (@DuteeChand) November 1, 2021
ଅନ୍ୟପକ୍ଷରେ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଅର୍ଜୁନ ପୁରସ୍କାର ପାଇବା ପରେ ସ୍ତ୍ରୀଙ୍କ ସହ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ଅର୍ଜୁନ ପୁରସ୍କାର ନେଇ ପୂର୍ବରୁ ନାମ ଘୋଷଣା କରାଯିବା ସହ କରୋନା କଟକଣା କାରଣରୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ତେବ ଆଜି ପୁରସ୍କାର ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯାଇଛି ।
Extremely grateful and honoured to receive the #ArjunaAward 2020! Congratulations to fellow awardees for the same!
Special thanks to Ministry of Sports for this prestigious award and to all of you for your constant support and love!??? pic.twitter.com/guz5WqxO1M
— Ishant Sharma (@ImIshant) November 1, 2021