ଜୀବନ ସାଥିଙ୍କ ଫଟୋ ପୋଷ୍ଟ କଲେ ଦୂତୀ, ଲେଖିଲେ ମନର କଥା..
ଭୁବନେଶ୍ୱର: ଆଜି ପ୍ରତିଶ୍ରୁତିର ଦିବସ । ଦୁଇଟି ବାଆଁରା ପକ୍ଷୀଙ୍କ ହୃଦୟର ଦିନ । ଆଖି ମିଶେ, ମନ ମିଶେ କିନ୍ତୁ ପ୍ରତିଶ୍ରୁତି ବିନା ପ୍ରେମ ଅଧୁରା ରହିଯାଏ । ସେହି ପ୍ରତିଶ୍ରୁତିର ଦିନ ଆଜି । ପ୍ରେମର ସପ୍ତାହ ଚାଲିଛି । ପ୍ରତିଟି ଦିନକୁ ପ୍ରେମୀ ଯୁଗଳ ପାଳନ କରୁଛନ୍ତି । ଏଥିରୁ ବାଦ ପଡି ନାହାଁନ୍ତି ଆଥଲେଟ ଦୂତୀ ଚାନ୍ଦ । ନିଜ ପ୍ରେମିକାଙ୍କ ସହ ଏକ ଫଟୋରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଖୋଦ ଦୂତୀ ଚାନ୍ଦ ପ୍ରଥମଥର ପାଇଁ ନିଜ ଜୀବନ ସାଥିଙ୍କ ବିଷୟରେ ଖୁଲାସା କରିଛନ୍ତି । ପ୍ରତିଶ୍ରୁତି ବା ପ୍ରୋମିଜ ଡେ ରେ ଦୂତୀ ନିଜ ମନର ମଣିଷ ବିଷୟରେ ଉଲ୍ଲେଖ କରିଛନ୍ତି ।
ଦୂତୀ ଲେଖିଛନ୍ତି, ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମୀ ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି ଶପଥ । ଜୀବନରେ ଯେତେ ଝଡ ତୋଫାନ ଆସିଲେବି କେବେବି କରବୁନି ପର ମୋତେ । ଅଧା ବାଟରେ ଛାଡିବୁନି ହାତ ମୋର ।