୧୦୦ ମିଟରରେ ନିରାଶ କଲେ ଦୂତି: ପଦକ ପକ୍କା କଲେ ମହିଳା ବକ୍ସର
1 min read
ଟୋକିଓ: ନିରାଶ କଲେ ଭାରତୀୟ ଆଥଲେଟ୍ ଦୂତି ଚାନ୍ଦ । ୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ୧୧.୫୪ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରିଛନ୍ତି । ଏବଂ ରେସରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ତେବେ ଆଗକୁ ୨୦୦ ମିଟର ରେସରେ ମଧ୍ୟ ଦୂତି ଭାଗ ନେବାକୁ ଥିବା ବେଳେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପଦକ ପକ୍କା କରିଛନ୍ତି ମହିଳା ବକ୍ସର । ୬୯ କିଲୋ ବର୍ଗରେ ଲଭଲିନାଙ୍କ ଦମଦାର ବିଜୟ ହାସଲ କରିଛନ୍ତି । ସେମିଫାଇନାଲରେ ପହଞ୍ଚିଲେ ଲଭଲିନା ବୋରଗୋହେନ୍ । ଚାଇନିଜ୍ ତାଇପେଇ ଚିନ୍-ଚେନ୍ ନିଏନଙ୍କୁ ୪-୧ରେ ପରାସ୍ତ କରିଛନ୍ତି ଲଭଲିନା ।