ନିଜ ରେକର୍ଡ ନିଜେ ଭାଙ୍ଗିଲେ ଦୂତୀ ଚାନ୍ଦ, 11.17 ସେକେଣ୍ଡରେ ଅତିକ୍ରମ କଲେ 100 ମିଟର
1 min read
ନୂଆଦିଲ୍ଲୀ: ପୁଣି ନିଜର ରେକର୍ଡ ନିଜେ ଭାଙ୍ଗିଲେ ଧାବିକା ଦୂତୀ ଚାନ୍ଦ । ପଟିଆଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ପ୍ରତିଯୋଗିତାରେ 100 ମିଟର ଦୌଡକୁଦକୁ 11.17 ସେକେଣ୍ଡରେ ପହଞ୍ଚି ପୁଣି ଏକ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି ଦୂତୀ । ଏଥିସହ ନିଜର ପୂର୍ବ ରେକର୍ଡକୁ ମଧ୍ୟ ଅତିକ୍ରାନ୍ତ କରିଛନ୍ତି ।
ଦୂତୀଙ୍କ ଏହି ସଫଳତା ତାଙ୍କୁ ପୁଣି ଏକ ପରିଚୟ ଦେଇଛି । ଭାରତୀୟ ଆଥଲେଟିକ୍ସ ଫେଡେରେସନ(AFI) ଅନୁଯାୟୀ, ଦୂତୀ, ଧନଲକ୍ଷ୍ମୀ ଓ ହିମାଶ୍ରୀ ରୟଙ୍କ ସମେତ କେବଳ 7ଜଣ ପ୍ରତିଯୋଗୀ ରହିଛନ୍ତି ।
ମାର୍ଚ୍ଚରେ ଆୟୋଜିତ ଫେଡେରେସନ କପ୍ ଆଥଲେଟିକ୍ସ ପ୍ରତିଯୋଗିତାରେ ଧନଲକ୍ଷ୍ମୀ 100 ମିଟର ବର୍ଗରେ ଦୂତୀଙ୍କୁ ମାତ ଦେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଓ ଦୂତୀ ରୌପ୍ୟରେ ସନ୍ତୁଷ୍ଟ କରାଇଥିଲେ । ଧନଲକ୍ଷ୍ମୀ ମଧ୍ୟ IGP IV ରେ 200 ମିଟର ଇଭେଣ୍ଟରେ ଅଂଶଗ୍ରହ କରିବେ ।