ପୀଠେ ଦଶହରା: ଅପରାଜିତା ମନ୍ତ୍ରରେ ମା’ଙ୍କ ପୂଜାର୍ଚ୍ଚନା

ପୀଠେ ଦଶହରା । ରାଜ୍ୟରେ ବିଭିନ୍ନ ଶକ୍ତିପୀଠରେ ମାଆଙ୍କ ଦଶମୀ ପୂଜା ଅନୁଷ୍ଠିତ ହୋଇଛି । ଅପରାଜିତା ମନ୍ତ୍ରରେ ମାଆଙ୍କ ପୂଜାର୍ଚ୍ଚନା କରାଯିବା ସହ ରାତିରେ ମାଆ ବିଶ୍ରାମ ନେବା ପରେ ହୋଇଛି ସନ୍ଧିପୂଜା । ତେବେ କୋଭିଡ କଟକଣା ଥିବାରୁ ଭକ୍ତଙ୍କ ଦର୍ଶନରେ ଲାଗିଛି ବାରଣ । ତେଣୁ ବିନା ଭକ୍ତରେ ପୂଜା ପାଉଛନ୍ତି ମାଆ । ପୀଠରେ ଦଶହରା ।

କରୋନା କଟକଣାରେ ମାଆଙ୍କ ପୂଜା । ଖାଁ ଖାଁ ମନ୍ଦିର ପରିବେଶ । ମାଆଙ୍କ ବିଶ୍ରାମ ପରେ ସନ୍ଧିପୂଜା । ଆରେଡିର ଆଖଣ୍ଡଳମଣୀ ପ୍ରାଙ୍ଗଣରେ ପୀଠଦେବୀ ଜୟଦୁର୍ଗାଙ୍କ ବିଜୟାଦଶମୀ ପୂଜା ଅନୁଷ୍ଠିତ ହୋଇଛି । ଚଣ୍ଡିପାଠ, ପଞ୍ଚ ଉପଚାର ପୂଜା ପରେ ଅପରାଜିତା ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବା ସହ ରାତିରେ ମାଙ୍କର ବିଶ୍ରାମ ପୂଜା ସହିତ ହୋଇଛି ସନ୍ଧିପୂଜା । ସେପଟେ କୋଭିଡ଼ କଟକଣା ମଧ୍ୟରେ  ଯାଜପୁର ଅଧିଷ୍ଟାତ୍ରୀ ଦେବୀ ବିରଜାଙ୍କ ପୀଠରେ ନବଦିନ ଚାଲିଥିବା ଶୋଡଶୀୟ ଦିବସୀୟ ପୂଜାର ଅନ୍ତଘଟିଛି । ନଅ ଦିନ ଧରି ଚାଲିଥିଲା ମାଆଙ୍କ ବିଜୟା ରଥ । ଘଟ ବିର୍ସଜନ ପରେ ପାର୍ବଣ ଶେଷ ହେବ ।

ଖୋର୍ଦ୍ଧା ର ଉଗ୍ରତାରା ପୀଠରେ ମାଆଙ୍କ ଦଶହରା ପୂଜା ଅବସରରେ ଭୋରରୁ ମାଆଙ୍କ ପୂଜା ବିଧି ଯଥା ରୀତି ଭାବେ ସମ୍ପନ କରାଯାଇଛି । କୋଭିଡ ନିୟମ ଯୋଗୁ ମନ୍ଦିର ଫାଟକ ବନ୍ଦ ରହିଛି । ତେଣୁ ଖୁବ କମ ସଂଖ୍ୟକ ଶ୍ରଦ୍ଧାଳୁ ବାହାରୁ ଦୀପ ଲଗାଇ ମାଆଙ୍କ ଆଶିଷ କାମନା କରିଥିଲେ । କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ପୂଜା ପାଇଛନ୍ତି ମାଆ । ଏଥିପାଇଁ ବିଭିନ୍ନ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି ।

Leave a Reply