ଆଜିଠାରୁ ଜାଣି ରଖନ୍ତୁ ଶୁଭ ମୂହୁର୍ତ୍ତ ଏବଂ ପୂଜାବିଧି ସଂପର୍କିତ ତଥ୍ୟ

ନୂଆଦିଲ୍ଲୀ: ହିନ୍ଦୁ ମାନଙ୍କର ଏକ ମୁଖ୍ୟ ପର୍ବ ଦଶହରା। ଏହାର ପ୍ରାୟ ଦୁଇ ମାସ ପୂର୍ବରୁ ଆରମ୍ଭ ହୁଏ ପ୍ରସ୍ତୁତି । ମୂର୍ତ୍ତି ଠାରୁ ଆରମ୍ଭ କରି ପୂଜାମଣ୍ଡପ ପର୍ଯ୍ୟନ୍ତ ନିର୍ମାଣ କରିବାରେ ଲାଗିପଡ଼ନ୍ତି ଶହଶହ କାରିଗର । ନବରାତ୍ରିର ଶେଷ ଦିନ ପାଳନ ହୁଏ ଦଶହରା ।  । ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥି ବା ଦୀପାବଳୀର ଠିକ ୨୦ ଦିନ ପୁର୍ବରୁ ଏହା ପାଳନ ହୁଏ । ପୁରାଣ ଅନୁସାରେ ପ୍ରଭୁ ଶ୍ରୀରାମଙ୍କ ହାତରେ ରାବଣ ବଦ୍ଧ ପରଠାରୁ ଏହା ପ୍ରତିବର୍ଷ ପାଳନ ହୋଇ ଆସୁଛି । ତେଣୁ ଏହା ବିଜୟା ଦଶମୀ ନାମରେ ମଧ୍ୟ ଜଣାଶୁଣା ।

ବିଜୟା ଦଶମୀ ଚଳିତ ବର୍ଷ ରବିବାର, ୨୫ ଅକ୍ଟୋବର ଦିନ ପାଳନ କରାଯିବ । ୧୭ ଅକ୍ଟୋବର ଠାରୁ ନବରାତ୍ରି ଆରମ୍ଭ ହେବ । ୨୪ ଅକ୍ଟୋରକୁ ନବମୀ ଏବଂ ଏହା ପରଦିନ ହେବ ଦଶହରା । ଏହାର ଠିକ ୨୦ ଦିନ ପରେ ଶନିବାର ୧୪ ନଭେମ୍ବରକୁ ଦୀପାବଳୀ ପାଳନ ହେବ ।

ବିଜୟା ଦଶମୀ ୨୫ ଅକ୍ଟୋବର ୭ଟା ୪୧ ମିନିଟରୁ ୨୬ ଅକ୍ଟୋବର ୮ଟା ୫୯ ମିନିଟ ପର୍ଯ୍ୟନ୍ତ ରହିବ । ଏହା ମଧ୍ୟରେ ୧ଟା ୫୫ ମିନିଟରୁ ୨ଟା ୪୦ ପର୍ଯ୍ୟନ୍ତ ବିଜୟ ମୁହୂର୍ତ୍ତ ରହିବ । ୧ଟା ୧୧ ମିନିଟରୁ ୩ଟା ୨୪ ମିନିଟ ଅପରାହ୍ନ ପର୍ଯ୍ୟନ୍ତ ରହିବ ।

ଏହି ଦିନ ମା ଦୂର୍ଗା ଏବଂ ପ୍ରଭୁ ରାମଙ୍କୁ ପୂଜା କରିବା ଉଚିତ୍‌। ଏହାଦ୍ୱାରା ଦୁଃଖ ଦୂର ହୋଇ ବିଜୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ଅସ୍ତ୍ର ଶସ୍ତ୍ର ପୂଜା କରିବା ଖୁବ ଶୁଭ ବୋଲି ମାନ୍ୟତା ରହିଛି । କେବଳ ସେତିକି ନୁହେଁ ନବଗ୍ରହଙ୍କୁ ନିୟନ୍ତ୍ରିତ କରିବା ପାଇଁ ଏହି ପୂଜା କରାଯାଏ ।

Leave a Reply