ରାତି ଚେକିଂ ବେଳେ ରାଜଧାନୀରୁ ପୁଣି ମିଳିଲା ଟଙ୍କା
1 min read
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ରାତି ଚେକିଂ ବେଳେ ରାଜଧାନୀରୁ ପୁଣି ମିଳିଲା ଟଙ୍କା। ପୋଖରୀପୁଟ ଅଂଚଳରୁ ମିଳିଲା ୩ ଲକ୍ଷ ୫୦ ହଜାର ଟଙ୍କା। ଏକ ସ୍କର୍ପିଓ ରେ ଟଙ୍କା ଯାଉଥିବା ବେଳେ ଧରିଛି Statistics surveillance team । ଟିମ ଏହାକୁ ଧରିବା ପରେ ଏୟାରପୋର୍ଟ ଥାନାକୁ ହସ୍ତାନ୍ତର କରିଛି । ତଦନ୍ତ ପାଇଁ ଟଙ୍କାକୁ ଏଡିଏମଙ୍କ ନିକଟକୁ ପଠାଇ ଦିଆଯାଇଛି। ଆବଶ୍ୟକୀୟ ପ୍ରମାଣ ନଦେଖାଇବାରୁ ଟଙ୍କା ସିଜର କରାଯାଇଛି । କାରଣ ଯେହେତୁ ଆଚରଣବିଧି ଲାଗୁ ହୋଇଛି, ତେଣୁ ୫୦ ହଜାର ଟଙ୍କାରୁ ଅଧିକ ଗାଡ଼ିରେ ନେବାର ଅନୁମତି ନଥିବା କହିଛନ୍ତି ଡିସିପି । ପୂର୍ବରୁ ଚେକିଂ ବେଳେ ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନା ପକ୍ଷରୁ ମଧ୍ୟ ବିପୁଳ ପରିମାଣର ଟଙ୍କା ଗାଡିରୁ ଜବତ ହୋଇଥିଲା ।