spot_img

Latest Posts

ପଶ୍ଟିମବଙ୍ଗରେ ଗଣଦୁଷ୍କର୍ମ ଘଟଣା : ୫ ଅଭିଯୁକ୍ତଙ୍କୁ ନେଇ ପୋଲିସର ସିନ ରିକ୍ରିଏସନ କରୁଛି ପୋଲିସ

ନନ୍ଦିଘୋଷ ବ୍ୟୁରୋ : ପଶ୍ଟିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ଆଜି ସିନ୍ ରିକ୍ରିଏସନ କରିଛି। ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିକିଏସନ କରାଯାଇଛି। ଘଟଣା ଦିନ କଣ ହୋଇଥିଲା, କିଏ କିଏ ଥିଲେ, କେମିତି କଣ କରିଥିଲେ ଅଭିଯୁକ୍ତମାନେ, ତାହା ଗୋଟି ଗୋଟି କରି ସେମାନେ ଦେଖାଇଛନ୍ତି। ଏହା ଆଗରୁ ୨ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିଥିଲା ପୋଲିସ ।

ଅଭିଯୁକ୍ତ ଶେଖ ରିଆଜୁଦ୍ଦିନ ଏବଂ ଶେଖ ନାସିରୁଦ୍ଦିନଙ୍କୁ ଜେରା କରାଯାଇଛି। ତଦନ୍ତ ପାଇଁ ଉଭୟଙ୍କୁ ବିଜରା ଗାଁକୁ ନିଆଯାଇଥିଲା। ଏକାଧିକ ଗ୍ରାମବାସୀଙ୍କୁ ମଧ୍ୟ ପରଚାଉଚରା କରାଯାଇଛି। ଘଟଣାସ୍ଥଳରୁ କିଛି ପ୍ରମାଣ ମିଳିଥିବା ଜଣାପଡ଼ିଛି। ଘଟଣା ସହିତ ଆଉ କାହାର ସମ୍ପର୍କ ଅଛି ନା ନାହିଁ ସେ ନେଇ ଛାନବିନ ଜାରି ରହିଛି। ବିଜରା ଅଂଚଳରେ ଆଉ କିଛି ଅଭିଯୁକ୍ତ ଲୁଚି ଥାଇପାରନ୍ତି। ସେଥି ଲାଗି ଦୁର୍ଗାପୁରର ନ୍ୟୁ ଟାଉନସିପ୍ ପୋଲିସ ଥାନା ଏବଂ ଦୁର୍ଗାପୁର ପୋଲିସ ଥାନାର ଏକ ମିଳିତ ଟିମ ଛାନବିନ କରୁଛି।

ଗତ ଶୁକ୍ରବାର ଘଟିଥିଲା ଏ ଲୋମହର୍ଷକ ଘଟଣା। ଛାତ୍ରୀ ଜଣକ ପୁରୁଷ ବନ୍ଧୁ ସହ ଖାଇବାକୁ ଯାଇଥିବାବେଳେ ଦୁର୍ବୃତ୍ତ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି ପୋଲିସ। ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇଛି। ସେପଟେ ଦୁର୍ଗାପୁର ମେଡିକାଲ କଲେଜରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍ ସହିତ ତାର ଲଗାଯାଇଛି ଏବଂ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।

Latest Posts

Don't Miss