ବିଜେଡିରେ ସାମିଲ ହେଲେ ଅନୁଗୁଳର ବରିଷ୍ଠ ନେତା ଦୁର୍ଗାମାଧବ ପ୍ରଧାନ

1 min read

ଭୁବନେଶ୍ବର: ଶଂଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ଅନୁଗୁଳ ବ୍ଲକର ବରିଷ୍ଠ ନେତା ଦୁର୍ଗାମାଧବ ପ୍ରଧାନଙ୍କ ଘର ବାହୁଡା । ବହୁ ସମର୍ଥକ ଓ କର୍ମୀଙ୍କୁ ଧରି ବିଜେପି ଛାଡି ବିଜେଡିର ମିଶିଛନ୍ତି ଦୁର୍ଗାମାଧବ । ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଦୁର୍ଗାଙ୍କ ଘର ବାହୁଡା ଦ୍ବାରା ଅନୁଗୁଳ ଜିଲ୍ଲାରେ ବିଜେଡିର ଆହୁରି ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି ପ୍ରତାପ  । ଦୁର୍ଗା ୧୮ ବର୍ଷ ଧରି ବିଜେଡି ବ୍ଲକ ସଭାପତି ଥିଲେ  । ସେ ଜଣେ ଦୃଢ଼ ସଂଗଠକ। ୩ଥର ସମିତି ସଭ୍ୟ, ଥରେ ସରପଞ୍ଚ ଥିଲେ ଦୁର୍ଗା । ୨୦୨୨ ପଂଚାୟତ ନିର୍ବାଚନରେ ଦୁର୍ଗାମାଧବ ପ୍ରଧାନ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।

ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ। ଏବେ ତାଙ୍କର ଘର ବାହୁଡା ହୋଇଛି। ବିଜେପି ଛାଡି ପୁଣି ଥରେ ବିଜେଡିରେ ମିଶିଛନ୍ତି। ତାଙ୍କୁ ଦଳରେ ସ୍ୱାଗତ କରୁଛୁ ବୋଲି କହିଛନ୍ତି ପ୍ରତାପ  । ସେହିପରି ଝଡ ବାତ୍ୟା ଯୋଗୁଁ ସେ କିଛି ଦିନ ଅନ୍ୟ କେଉଁଠି ରହିଯାଇଥିଲେ ବୋଲି କହିଛନ୍ତି ଦୁର୍ଗାମାଧବ  । ଏବେ ସେ ବିଜେଡିକୁ ଫେରି ବହୁତ ଖୁସି ବୋଲି କହିବା ସହିତ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ କାମକୁ ଗାଁ ଗାଁରେ ସଫଳ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବେ ବୋଲି କହିଛନ୍ତି ଦୁର୍ଗାମାଧବ ।