ବାଲୁକାକଳା ମାଧ୍ୟମରେ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଳୁକାକଳା ମାଧ୍ୟମରେ ଦୂର୍ଗା ପୂଜାର ଅଭିନନ୍ଦନ । ଆଜି ଦେବୀ ପୀଠ ମାନଙ୍କରେ ଅଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ବାଲୁକାକଳା । ବାଲୁକା କଳା ଜରିଆରେ ସମଗ୍ର ଦେଶବାସୀଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମା’ ଦୁର୍ଗାଙ୍କ ଶ୍ରୀମୁଖ ପ୍ରସ୍ତୁତ କରାଯାଇ ସମୁଦ୍ର ଯାତ ଦ୍ରବ୍ୟ ଶାମୁକା ଆଦିରେ ମା ଦୁର୍ଗାଙ୍କ ଶ୍ରୀମୁଖକୁ ଅତୀବ ସୁନ୍ଦର ଓ ନିଖୁଣ ସ୍ପର୍ଶ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।