ନକଲି ମଦ କାରଖାନା ଠାବ, ବିକୁଥିଲେ ନକଲି ବ୍ରାଣ୍ଡେଡ ମଦ

1 min read

ତିହିଡି ଥାନା ସିନ୍ଦୋଳ ଅଞ୍ଚଳରେ  ନକଲି ମଦ କାରଖାନା ଠାବ । ଲକ୍ଷାଧିକ ଟଙ୍କାର ନକଲି ମଦ ସହ, ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ଜବତ ହୋଇଛି  । ଏହିସବୁ ମଦକୁ ବାହାରେ ଥିବା ମଦ ଦୋକାନମାନଙ୍କୁ ସପ୍ଲାଏ କରାଯାଉଥିଲା ।

ଏନେଇ ପୋଲିସ ଜଣେ  ମହିଳାଙ୍କୁ ଗିରଫ କରିଥିବା ବେଳେ ଆଉଜଣେ ଫେରାର ହୋଇଯାଇଛନ୍ତି । ଗିରଫ ମହିଳା ଜଣକ ହେଉଛନ୍ତି ଉକ୍ତ ଅଞ୍ଚଳର ଗୀତାଞ୍ଜଳି ଦାସ  । ସୂଚନା ଅନୁଯାୟୀ, ପ୍ରାୟ ୩ରୁ ୪ ମାସ ହେବ ସେହି ସ୍ଥାନରେ ନକଲି ମଦ କାରଖାନା ଚାଲୁଥିଲା ।

 

ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ ନକଲି ମଦ ପିଇ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ')}

Leave a Reply