ଲକ୍‌ଡାଉନରେ ଜମିଛି ନକଲି ମଦ କାରବାର, କମ୍‌ ଖର୍ଚ୍ଚରେ ମାଲାମାଲ୍ ମଦ‌ ମାଫିଆ

duplicate wine seized in rourkela

ରାଉରକେଲା: ଲକ୍‌ଡାଉନରେ ମାତିଛନ୍ତି ମଦ ମାଫିଆ । ଅନେକ ଦିନ ଦୋକାନ ବନ୍ଦ ରହିବା ଓ ଅନଲାଇନରେ ମଦ ବିକ୍ରି କରାଯାଉଥିବା ସୁଯୋଗ ନେଇ ସକ୍ରିୟ ହୋଇପଡ଼ିଛି ମଦ ମାଫିଆଙ୍କ ରାକେଟର । ଶହେ ଟଙ୍କାରେ ନକଲି ବିଦେଶୀ ମଦ ତିଆରି କରି ତାକୁ ହଜାରେ ଟଙ୍କାରେ ବିକ୍ରି କରି ବେଶ ଫାଇଦା ଉଠାଉଛନ୍ତି ।

ଆପଣ ମଦ ପିଉଛନ୍ତି କି ହୋଇଯାଆନ୍ତୁ ସାବଧାନ । ମାର୍କେଟ ଓ ଢାବାରେ ମିଳୁଛି ନକଲି ମଦ । ସହରରେ ମାତିଛନ୍ତି ମଦ ମାଫିଆ । ଶହେ ଟଙ୍କାର ମଦ୍‌ ବିକ୍ରି ହେଉଛି ୧୦୦୦ ଟଙ୍କାରେ । ଅବକାରୀ ବିଭାଗ ହାତରେ ୩ ଅଭିଯୁକ୍ତ ଧରାପଡ଼ିବା ପରେ ନକଲି ବିଦେଶୀ ମଦ ରାକେଟର ପର୍ଦ୍ଦ।ଫାସ ହୋଇଛି । ଗିରଫ ସମୟରେ ୩ ଅଭିଯୁକ୍ତଙ୍କ ନିଟକରୁ ୨୭ ଲିଟର ବିଦେଶୀ ମଦ, ଅଢେଇ ଲିଟର କାରାମେଲ୍‌, ୩ ହଜାର ୪ଶହ ଠିପି, ୫୧୫ ଖାଲି ବିଦେଶୀ ମଦ ବୋତଲ ମଧ୍ୟ ଜବତ ହୋଇଛି ।

ଅନଲାଇନରେ ମଦ ବିକ୍ରି ପରେ ସୁନ୍ଦରଗଡ଼ ଗର୍ଜନ ଗିରଜାଟୋଲାରେ ଆରମ୍ଭ ହୋଇଥିଲା ନକଲି ବିଦେଶୀ ମଦ ତିଆରି । ଶହେ ଟଙ୍କାରେ ମଦ ତିଆରି କରି ହଜାର ଟଙ୍କାରେ ବିକ୍ରି କରି ବେଶ୍‌ ମୁନାଫା ଉଠାଉଥିଲେ । କିପରି ଥିଲା ଏସବୁର ପ୍ରସ୍ତୁତି ଧରାପଡ଼ିବା ପରେ ଅବକାରୀ ବିଭାଗ ସମ୍ମୁଖରେ ଡେମୋ କରିଦେଖାଇଥିଲେ ଅଭିଯୁକ୍ତ । ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ରାକେଟର ମାଷ୍ଟର ମାଇଣ୍ଡ ଏବେବି ଫେରାରଅଛି ।

Leave a Reply