spot_img

Latest Posts

୫୦ ପ୍ରତିଶତ କମ୍ ଦାମରେ ବିକୁଥିଲେ ବ୍ରାଣ୍ଡେଡ୍ ଟିଭି: ଜାଣନ୍ତୁ କିଭଳି

ଭୁବନେଶ୍ୱର:ନାମୀ ବ୍ରାଣ୍ଡ, ନକଲି ମାଲ୍ । ନାମୀ ବ୍ରାଣ୍ଡ ନାଁରେ ନକଲି ଏଲ୍‌ଇଡି ଟିଭି ରାକେଟ ଠାବ । ଭୁବନେଶ୍ବରର ୪ଟି ଶୋ ରୁମ୍‌ରୁ ନକଲି ଟିଭି ଜବତ କରିଛି ପୋଲିସ । ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ବର ଅଞ୍ଚଳରେ ଥିବା ୪ଟି ଟିଭି ଶୋ ରୁମରୁ ୧୨୦ଟି ଡୁପ୍ଲିକେଟ୍ ଏଲଇଡି ଟିଭି ଜବତ ହୋଇଛି । ଟିଭି ବିଦେଶରୁ ଆସିଥିବା କହି କମ୍ ଆୟ ଥିବା ଲୋକଙ୍କୁ ଟାର୍ଗେଟ୍ କରୁଥିଲା ରାକେଟ । ୫୦ପ୍ରତିଶତ କମ୍ ଦାମରେ ବିକ୍ରି କରି ଗ୍ରାହକଙ୍କୁ ଠକୁଥିଲେ । ଡୁପ୍ଲିକେଟ୍ ଟିଭି ସିଣ୍ଡିକେଟର ମାଷ୍ଟରମାଇଣ୍ଡ ସହ ୩ଜଣ ଶୋ ରୁମ୍ ମାଲିକ ଗିରଫ ହୋଇଛନ୍ତି । ଲକ୍ଷ୍ମୀସାଗର ନେତାଜୀ ମାର୍କେଟ୍ ଅଞ୍ଚଳର ଖୁସି ଇଲେଟ୍ରୋନିକ୍ସର ମାଲିକ ଟି. ପ୍ରଭାକର ରାଓ, ବଡ଼ଗଡ଼ ଟଙ୍କପାଣି ରୋଡରେ ଥିବା ସାଇ ଇଲେକ୍ଟ୍ରୋନିକ୍ସର ମାଲିକ ଶିବ ପ୍ରସାଦ ସାହୁ, ଏୟାରପୋର୍ଟ କାରର୍ଗିଲ ବସ୍ତି ଅଞ୍ଚଳର ଗଣପତି ଟିଭି ଶୋ ରୁମ ମାଲିକ ମାନସ ଜେନା ଓ ମଞ୍ଚେଶ୍ବର ଇଡକୋ କଲୋନୀରେ ଥିବା ୟୁନାଇଟେଡ୍ ଇଲେକଟ୍ରୋନିକ୍ସର ମାଲିକ ସାମିନ ଖାନ ଗିରଫ ହୋଇଛନ୍ତି । ଗିରଫ ମାଷ୍ଟରମାଇଣ୍ଡ ଟି.ପ୍ରଭାକର ଏସବୁ ଡୁପ୍ଲିକେଟ୍ ଟିଭି କୋଲକାତା ମାର୍କେଟରୁ କିଣି ଓଡିଶା ବଜାରରେ ନିଜ ସହଯୋଗୀଙ୍କ ସହ ମିଶି ଗ୍ରାହକଙ୍କୁ ଠକୁଥିଲା । ସ୍ପେଶାଲ ସ୍କ୍ବାଡ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେବାର ୧୦ ବର୍ଷ ଯାଏଁ ହେବେନି ଗୁରୁତର ସଂକ୍ରମିତ: ସ୍ୱାସ୍ଥ୍ୟ ବିଶେଷଜ୍ଞ

Latest Posts

Don't Miss