spot_img

Latest Posts

ପ୍ୟାକେଟ ପୁରା ନାମିଦାମି ହେଲେ ଭିତରେ ରହିଛି ନକଲି ମିକ୍ସଚର, ଖାଲି ପଡ଼ିଛି ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପଦବୀ

ଢ଼େଙ୍କାନଳ: ନାଁ ଅସଲି, ହେଲେ ଜିନିଷ ନକଲି। ପ୍ୟାକେଟ୍‌ ରେ ନାହିଁ କମ୍ପାନୀର ଠିକଣା। ରାଜ୍ୟର ବିଭିନ୍ନ ସ୍ଥାନରୁ ଧରାପଡ଼ୁଛି ନକଲି ଖାଦ୍ୟର କାରଖାନା। ଯାହାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ଏବେ ଅସଲି ଆଉ ନକଲି। ତେବେ ନକଲି ଖାଦ୍ୟର ଚେର ଏବେ ଢ଼େଙ୍କାନାଳକୁ ଲମ୍ବିଲାଣି। ବଜାର ରେ ମିଳୁଛି ନାମିଦାମୀ କମ୍ପାନୀର ବ୍ରାଣ୍ଡ ଥାଇ ନକଲି ମିକ୍ସଚର। ଜାହାର ଠୋସ ପ୍ରମାଣ ଲାଗିଛି ନନ୍ଦିଘୋଷ ଟିଭି ହାତରେ। ଖାଦ୍ୟ ନାଁରେ ବିକ୍ରି ହେଉଛି ଜହର। ମିକ୍ସଚର ଖାଇଲେ ପାଟି ପୋଡ଼ୁଛି, ପେଟ କାଟୁଛି ଓ ମୁଁଣ୍ଡ ବୁଲାଉଛି। ଅଶି ଟଙ୍କାର ମିକ୍ସଚର କିଣି ଔଷଧ ରେ ଖର୍ଚ୍ଚ ହେଉଛି ୮୦୦ ଟଙ୍କା।

ଆଜ୍ଞା ହଁ, ଏପରି ଘଟଣା ଦେଖିବାକୁ ମିଳୁଛି ଢେଙ୍କାନାଳ ସହରରେ। ଖାଦ୍ୟ ନାଁ ରେ ଖୁଲମ ଖୁଲା ବିକ୍ରି ହେଉଛି ଜହର। ବଜାରରେ ଏବେ ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀ ବିକ୍ରିର ଲାଗିଛି ପ୍ରତିଯୋଗିତା। କୋଉଟା ଅସଲି, କୋଉଟା ନକଲି, ତାହା ଜାଣିବା ପାଇଁ ଦ୍ଵନ୍ଦ ରେ ଖାଉଟି।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏପରି ଏକ ସୁରାକ୍। ପ୍ରିୟା ଗୋଲ୍ଡ ନାମକ ନାମିଦାମୀ କମ୍ପାନୀର ବ୍ରାଣ୍ଡରେ ବିକ୍ରି ହେଉଛି ନକଲି ମିକ୍ସଚର। ପ୍ୟାକେଟ ର ପଛପାଖେ ଗ୍ରାହକଙ୍କ ପାଇଁ ରହିଥିବା ବିବରଣି ଗୁଣିକ ଫାଙ୍କା ରହିଛି। କିନ୍ତୁ ବିବରଣୀ କିଛି ନଥାଇ ମଧ୍ୟ ୩ ମାସ ପୂର୍ବରୁ ବ୍ୟବହାର କରିବା ପାଇଁ ଲେଖାଯାଇଛି। ଯାହାକୁ ସ୍ୱୀକାର କରିଛନ୍ତି ଖାଉଟି ଓ ଦୋକାନୀ।

ସେପଟେ ଜିଲ୍ଲାରେ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି। ଯାହାର ଭରପୁର ଫାଇଦା ଉଠାଉଛନ୍ତି କଳାବଜାରୀ ଓ ନକଲି ଖାଦ୍ୟ ନିର୍ମାତା। ପ୍ରଶାସନର ଅବହେଳାରୁ ଦିନକୁ ଦିନ ବଢିଚାଲିଛି ନକଲି ଖାଦ୍ୟର କଳାବଜାରୀ। ବିପଦରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ଧନଜୀବନ। ଏହିଭଳି ସମସ୍ୟା ପ୍ରତି ଧ୍ୟାନ ଦେବା ସହିତ ଦୃଢ କାର୍ଯାନୁଷ୍ଠାନ ଦାବି ହୋଇଛି ।

Latest Posts

Don't Miss