ବିପୁଳପରିମାଣର ନକଲି ଔଷଧ ଜବତ

ନନ୍ଦିଘୋଷ ବ୍ୟୁରୋ: ହାଇ ବ୍ଲଡପ୍ରେସର, ଡାଇବେଟିସ୍ ଓ ଏଣ୍ଟାସିଡ୍ ଔଷଧ ଖାଉଥିଲେ ସାବଧାନ । ଦିଲ୍ଲୀରୁ ବିପୁଳପରିମାଣର ଜବତ ହୋଇଛି  ଏହି ସବୁ ରୋଗର ନକଲି ଔଷଧ । ଏକ କୋଟି ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ଔଷଧ ଜବତ ସହ ଜଣକୁ ଗିରଫ କରାଯାଇଛି । ଗାଜିଆବାଦ ନିକଟରେ ଥିବା ଏଲଇଡି ବଲବ ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଏହି ସବୁ ଔଷଧ । ସୂଚନା ପାଇ ଫ୍ୟାକ୍ଟ୍ରିରେ ରେଡ କରିଥିଲା ଦିଲ୍ଲୀ କ୍ରାଇବ୍ରାଞ୍ଚ । ରେଡ ବେଳେ ବିପୁଳ ପରିମାଣର ନକଲି ଔଷଧ ଦେଖି ତାଜୁବ ହୋଇଯାଇଥିଲା ତଦନ୍ତକାରୀ ଟିମ୍ ।ତଦନ୍ତ ବେଳେ ବଡ ବଡ ଔଷଧ କମ୍ପାନୀର ଔଷଧକୁ ନକଲ କରାଯାଇ ଏହି ସବୁ ନକଲି ଔଷଧ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ପାଇଥିଲା ଟିମ୍ । ଜବତ ହୋଇଥିବା ଔଷଧ ଗୁଡିକ ଭାରତରେ ଅଧିକ ବିକ୍ରି ହେଉଥିବା ସୂଚନା ରହିଛି । ଏହି ସବୁ ନକଲି ଔଷଧ ହାଇଦ୍ରାବାଦ ପର୍ଯ୍ୟନ୍ତ ସପ୍ଲାଏ ହେଉଥିବା କୁହାଯାଇଛି । ଫ୍ୟକଟ୍ରିକୁ ସିଲ୍ କରି କୋଟି କୋଟି ଟଙ୍କାର ଔଷଧ ପ୍ରସ୍ତୁତି ସାମଗ୍ରୀ ଜବତ କରି ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।