କଟକରୁ ପୁଣି ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି

କଟକ: ନକଲି କାରଖାନାର ପେଣ୍ଠ ପାଲଟିଛି କଟକ । ପୁଣି ଠାବ ହୋଇଛି ନକଲି ମସଲା ଫ୍ୟାକ୍ଟ୍ରି । ଚଢ଼ାଉ ପରେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ । କଟକ ବେଣ୍ଟକାର ଥାନା ଝିଙ୍କିରିଆ ଠାରେ ଦୀର୍ଘଦିନ ହେବ ଚାଲୁଥିଲା ଏହି ନକଲି ମସଲା କାରଖାନା । କମ୍ପାନୀ ମାଲିକ ଅଜୟ ଦାସଙ୍କୁ ଅଟକ ରଖିଛି ବେଣ୍ଟକାର ଥାନା ପୋଲିସ ।

କିଛି ଦିନ ପୂର୍ବରୁ ଜଗତପୁର ପୀରବଜାର ଚମ୍ପତ୍ତିଠାରେ ନକଲି ସିମେଣ୍ଟ ଗୋଦାମ ଠାବ ହୋଇଥିଲା । ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ସିମେଣ୍ଟ ଜବତ କରାଯାଇଥିଲା । କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।। ଚଢ଼ାଉ ବେଳେ ଗୋଟିଏ କି ଦୁଇଟି ନୁହେଁ ୪ଟି ବ୍ରାଣ୍ଡର ନକଲି ସିମେଣ୍ଟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା । ବ୍ରହ୍ମପୁରରୁ ବ୍ରାଣ୍ଡର ଜରି ଆସୁଥିଲା । ଏଠାରେ ମୁଣ୍ଡା ଓ ନଷ୍ଟ ସିମେଣ୍ଟକୁ ଗୁଣ୍ଡ କରି ସମେଣ୍ଟ ପ୍ୟାକେଟରେ ଭର୍ତ୍ତି କରାଯାଉଥିଲା । ଦୁଇଟି ଗୋଦାମରୁ ପ୍ରାୟ ୧ ହଜାରରୁ ଅଧିକ ବସ୍ତା ସିମେଣ୍ଟ ଜବତ କରାଯାଇଥିଲା ।

Leave a Reply