ପୁଣି ନକଲି ଘିଅ କାରଖାନା ଠାବ, ମାଲିକ ସହ ୨ ଅଟକ

କଟକ: କଟକରେ ପୁଣି ଠାବ ହେଲା ନକଲି ଘିଅ କାରଖାନା। ନକଲି ତେଲ, ନକଲି ସସ୍ ପରେ ଏବେ ନକଲି ଘିଅ କାରଖାନା ଠାବ ହୋଇଛି । ପୂର୍ବରୁ କଟକ ଜଗତପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଠାବ ହୋଇଥିଲା ।  କଟକ ସଦର ଥାନା ଅନ୍ତର୍ଗତ ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ । ମାଲିକ ସହିତ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ସଦର ପୋଲିସର ମିଳିତ ଚଢ଼ାଉରେ କଲି ଘିଅ କାରଖାନା ଠାବ ହୋଇଛି ।

କାରଖାନା ଠାବ କରାଯିବା ପରେ କାରଖାନାକୁ ସିଲ କରିଛି ପୋଲିସ । ସମ୍ପୃକ୍ତ କାରଖାନାର ମାଲଗୋଦାମରେ ତିଆରି କରାଯାଉଥିଲା ନକଲି ଘିଅ । ସେଠାରେ ମଧ୍ୟ ତଦନ୍ତ ଚଳାଇଥିଲା ପୋଲିସ । ମାଲଗୋଦାମରୁ ହିଁ ଗବଗସ୍ତରେ ନକଲି ଘିଅ କାରଖାନା ଚାଲୁଥିବା ଜଣା ପଡ଼ିଥିଲା।

କିଛି ଦିନ ତଳେ ଜଗତପୁରରେ ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଘିଅ ଓ ସସ୍ ପୁଲିସ ଜବତ କରିଥିଲା । ନକଲି କାରଖାନା ଚାଲୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ୯ ନମ୍ବର ୱାର୍ଡର ଗାର୍ଲସ ହାଇସ୍କୁଲ ନିକଟ କାରଖାନା ଉପରେ ଚଢାଉ କରିଥିଲା।

Leave a Reply