ଭୁବନେଶ୍ୱରରୁ ଧରା ପଡିଲେ ନକଲି ଆଇପିଏସ,ଜାଣନ୍ତୁ କଣ ଥିଲା କାରନାମା…

ଭୁବନେଶ୍ୱର: ଏବେ ସମଗ୍ର ଭାରତରେ ଲକଡାଉନ୍ ୨.୦ ଚାଲିଛି । ଲକଡାଉନ୍ ର ଦ୍ୱିତୀୟ ପର୍ଯାୟରେ କିଛିଟା ନିୟମରେ କୋହଳ କରିଛନ୍ତି ସରକାର । ତେବେ ଏହି ସମୟରେ ନିୟମ କଡାକଡି କରାଯାଇଛି ଯାହା ଜନତାଙ୍କୁ ପାଳନ କରିବାକୁ ଘୋଷଣା କରାଯାଇଛି । ହେଲେ ଡ୍ୟୁଟି ପାଇଁ ପୋଲିସ ସବୁବେଳେ ଚକିତ ରହୁଛି । ଏହି ସମୟରେ ରାଜଧାନୀରୁ ଏକ ଆଚମ୍ୱିତ କଲାଭଳି ଖବର ସାମ୍ନାକୁ ଆସିଛି । ଲକଡାଉନ ସମୟରେ ଧରା ପଡିଛନ୍ତି ନକଲି  ଆଇପିଏସ ଅଫିସର । ତେବେ ସବୁଥର ଭଳି ଏଥର ଏହି ଠକ ପୁରୁଷ ନୁହନ୍ତି  । ଏହି ଠକ ଯାହାଙ୍କୁ ଆମେ ଠକୁଣି କହି ପାରିବା କାରଣ ସେ ହେଉଛନ୍ତି ଜଣେ ମହିଳା ।

ନକଲି ମହିଳା ଆଇପିଏସ ଅଫିସର ଜଣଙ୍କ ହେଲେ ଶର୍ମିଷ୍ଠା ବେହେରା । ତାଙ୍କ ଘର ଭଦ୍ରକ ଧାମନଗର ବୋଲି ଜଣାପଡିଛି ।  ନିଜକୁ ଆଇପିଏସ ଅଫିସର ପରିଚୟ ଦେଇ ପୋଲିସର ଗାଡି, କ୍ୱାଟର୍ସ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେବାକୁ ଉଦ୍ୟମ କରୁଥିଲେ । ଏ ନେଇ ରିଜର୍ଭ ପୋଲିସ ଲାଇନକୁ ବାରମ୍ବର ଫୋନ କରି ଚାପ ପକାଉଥିଲେ । କେବଳ ସେତିକି ନୁହେଁ ନିଜ ପରିବାରର ଓ ମହିଳା କନେଷ୍ଟବଳ ବନ୍ଧୁଙ୍କ ଡ୍ୟୁଟି ପରିବର୍ତ୍ତନ କରିବାକୁ ଫୋନରେ ଚାପ ପକାଉଥିଲେ । ଏ ନେଇ ରିଜର୍ଭ ପୋଲିସ ଲାଇନର ଆଇଆଇସି କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ  । ଅଭିଯୋଗକୁ ଆଧାର କରି ସଂପୃକ୍ତ ମହିଳାଙ୍କୁ ଥାନାରେ ହାଜର ହେବା ପାଇଁ ପୋଲିସ ନୋଟିସ କରିଥିଲା । ଥାନାରେ ପହଂଚିଥିଲେ ନକଲି ଆଇପିଏସ । ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏହା ସହ ତାଙ୍କ ପାଖରୁ ନକଲି ଖାକି ତଥା ୟୁନିଫର୍ମ ଓ ବନ୍ଧୁକ ଜବତ କରାଯାଇଛି ।

Leave a Reply