ଖୋଲୁଛି ରସିକିଆ ନକଲି ଡାକ୍ତରଙ୍କ ଗୁମର, ୧୭ ନୁହେଁ ଅଧିକ ବିବାହ ପାଇଁ କରିଥିଲେ ତାରିଖ ଫିକ୍ସ

1 min read

ଭୁବନେଶ୍ୱର: ଖୋଲୁଛି ରସିକିଆ ଠକ ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର । MBBS ନୁହେଁ ସେ ହେଉଛନ୍ତି ଦଶମ ଫେଲ । ତଦନ୍ତ ପରେ ଏମିତି କିଛି ତଥ୍ୟ ଲାଗିଛି ପୋଲିସ ହାତରେ । ରମେଶ ଦଶମ ଫେଲ ବୋଲି ତାଙ୍କ ପରିବାର ଲୋକଙ୍କଠାରୁ ସୂଚନା ମିଳିଛି । ୧୭ ଜଣ ପତ୍ନୀଙ୍କ ପରେ ଅନେକ ମହିଳାଙ୍କୁ ବିବାହ ପାଇଁ ତାରିଖ ଫିକ୍ସ କରିଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ । ଅନ୍ୟପକ୍ଷରେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅସଲି କାରନାମା ଜାଣିବ ପରେ ଗୌହାଟିର ଜଣେ ମହିଳା ଡାକ୍ତରାଣୀ ଅଚେତ ହୋଇପଡ଼ିଥିଲେ ।

ସେପଟେ ରମେଶଙ୍କ ବିରୋଧରେ ବଢୁଛି ଠକେଇ ଅଭିଯୋଗ ସଂଖ୍ୟା । କଟକର ଜଣେ ଡାକ୍ତରଙ୍କ ପୁଅଙ୍କୁ ଲକ୍ଷ୍ନୌରେ ଏମବିବିଏସ ଆଡମିଶନ କରେଇ ଦେବାକୁ କହି ୬୦ ହଜାର ଠକେଇ ଅଭିଯୋଗ । ଏହାସହ ବଡମ୍ବା ନରସିହଂପୁରରେ ଏକ କ୍ଲିନିକ ଖୋଲି କିଛି ମହିଳାଙ୍କୁ ଠକେଇଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ ମଧ୍ୟ ରମେଶଙ୍କୁ ଗିରଫ କରି ସାରିଛି ପୋଲିସ । ୨୦୦୬ରେ କେରଳ ଏର୍ନାକୁଲମ୍ ପୋଲିସ ରମେଶକୁ ଗିରଫ କରିଥିଲା । ୧୩ଟି ବ୍ୟାଙ୍କରୁ ୧ କୋଟି ଠକିଥିବା ଅଭିଯୋଗରେ ଗିରଫ ହୋଇଥିଲା । ତା’ ପାଖରୁ ୧୨୮ଟି ନକଲି ଆଇ କାର୍ଡ ମିଳିଥିଲା । କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ ହେଲ୍ଥରେ ଡେପୁଟୀ ଡାଇରେକ୍ଟର ଥିବା କହି ଠାକୁଥିଲା । ଛାତ୍ରଙ୍କୁ MBBS କରେଇବା କହି ୨ କୋଟି ଠକିଥିବା ଅଭିଯୋଗରେ ୨୦୧୧ ରେ ହାଇଦ୍ରାବାଦ ଟାସ୍କ ଫୋର୍ସ ଗିରଫ କରିଥିଲା।

Leave a Reply