ମାଲଗୋଦାମ୍ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ଜବତ

କଟକ:  ବ୍ରାଣ୍ଡ ଅସଲି, ମାଲ୍ ନକଲି । କଟକରୁ ପୁଣି ନକଲି ମାଲ୍ ଜବତ । ଟାଙ୍ଗି ବ୍ରାହ୍ମଣପଡାରେ ତିଆରି ହେଉଛି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଛି । କଟକ ମାଲଗୋଦାମ ନିକଟରୁ ଅଟୋରେ ଭର୍ତ୍ତି ବିପୁଳ ପରିମାଣର ଡୁପ୍ଲିକେଟ୍ ଡିଟରଜେଣ୍ଟ ଜବତ ହୋଇଛି । ନକଲି ଡିଟରଜେଣ୍ଟ ଜବତ କରିଛି ମାଲଗୋଦାମ ଥାନା ପୋଲିସ ।

୧୮ଶହ କେଜି ଖୋଲା ଓ ୧୫ଶହ ୪୦ କେଜି ପ୍ୟାକେଟ୍ ଡିଟରଜେଣ୍ଟ ଜବତ । ବେଆଇନ ଭାବେ ଡୁପ୍ଲିକେଟ୍ ଡିଟରଜେଣ୍ଟ ମାନୁଫ୍ୟାକ୍ଚର ଓ ବିକ୍ରି ଅଭିଯୋଗରେ ଜଣେ ଅଭିଯୁକ୍ତ ଅଭିଜିତ ବେହେରା ଓରଫ ବାପିକୁ ଗିରଫ କରାଯାଇଛି । ୨ଟି ଓଜନ ମେସିନ୍, ୨ଟି ପ୍ୟାକେଟିଂ ମେସିନ ୨ଟି ଷ୍ଟିକରିଂ ମେସନି ଜବତ ହୋଇଛି । ବିପୁଳ ନକଲି ଡିଟରଜେଣ୍ଟ ନେଉଥିବା ୨ଟି ରିକ୍ସା ଅଟକ ରଖାଯାଇଛି ।