spot_img

Latest Posts

ନକଲି କୋଲ୍ଡ ଡ୍ରିଙ୍କସ ତିଆରି ମାମଲାରେ ମାଲିକ ଶ୍ରୀପତି ରଞ୍ଜନ ବେହେରା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ନକଲି କୋଲ୍ଡ ଡ୍ରିଙ୍କସ କାରଖାନାରେ ଚଢ଼ାଉ ଘଟଣା। କୋଲ୍ଡ ଡ୍ରିଙ୍କସ୍ କାରଖାନା ମାଲିକ ଶ୍ରୀପତି ରଞ୍ଜନ ବେହେରା ଗିରଫ। ଶ୍ରୀପତି ରଞ୍ଜନଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ଏହା ସହିତ ଗୋଦାମ ପ୍ରୋସେସିଂ ୟୁନିଟ୍ ସିଲ୍ କଲା ପୋଲିସ। ଗୋଦାମରୁ ୧୦ହଜାର ଲିଟର ଅପମିଶ୍ରିତ ମୃଦୁ ପାନୀୟ ମଧ୍ୟ ଜବତ ହୋଇଛି। ଗତକାଲି ମଞ୍ଚଶ୍ୱରରର ଏକ ନକଲି ମୃଦୁ ପାନୀୟ କାରଖାନା ଉପରେ ଚଢାଉ କରିଥିଲା ମଞ୍ଚେଶ୍ୱର ପୋଲିସ, ସ୍ପେଶାଲ ସ୍କ୍ୱାଡ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମିଳିତ ଟିମ୍।

ବିଭିନ୍ନ ବ୍ରାଣ୍ଡର ନାଁକୁ ସାମାନ୍ୟ ପରିବର୍ତ୍ତନ କରି ବଜାରକୁ ନକଲି ମାଲ୍ ଛାଡୁଥିଲା ଏହି କାରଖାନା। ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିଲା ମୃଦୁ ପାନୀୟ। କୃତ୍ରିମ ରଙ୍ଗ, ସାକାରିନ, ଫ୍ଲେଭରକୁ ମିଶାଇ ମୃଦୁ ପାନୀୟ ତିଆରି କରୁଥିଲେ। କମ୍ପାନୀର ପ୍ରୋସେସିଂ ଓ ବଟଲିଂ ୟୁନିଟ ବେଆଇନ ଭାବରେ ଚାଲିଥିଲା। ଫୁଡ ସେଫ୍ଟି ଓ ଟ୍ରେଡ ଲାଇସେନ୍ସ ମଧ୍ୟ ନଥିଲା। ବିନା ଟେକ୍‌ନିସିଆନରେ ଚାଲିଥିଲା କମ୍ପାନୀର ଲାବ୍ରୋଟୋରୀ ଏବଂ ଏଫଏସ୍‌ଏସ୍‌ଏଆଇର ନିୟମକୁ ମଧ୍ୟ ଉଲ୍ଲଂଘନ କରାଯାଇଥିଲା।

Latest Posts

Don't Miss