ନକଲି ଅମ୍ବୁଜା ସିମେଣ୍ଟ କାରଖାନା ଠାବ, ହଜାର ହଜାର ବସ୍ତ ଜବତ

କଟକ:  ନକଲି ହବ୍ ପାଲଟିଛି ସିଲଭର୍ ସିଟି କଟକ । ପୁଣି ଏକ ନକଲି କାରଖାନା ଠାବ । ଜଗତପୁର ଅଂଚଳରୁ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନକଲି ସିମେଣ୍ଟ କଂପାନୀ ଉପରେ କମିସିରେଟ ପୋଲିସର ଚଢ଼ଉ କରିଛି ।

ହଜାର ହଜାର ବସ୍ତା ସିମେଣ୍ଟ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଦୀର୍ଘଦିନ ହେବ ଜଗତପୁର ଇପିକଲ ଛକ ଠାରେ ସିମେଣ୍ଟ ଅପମିଶ୍ରଣ କରି ଅମ୍ବୁଜା ସିମେଣ୍ଟ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଇ ବଜାରରେ ବିକ୍ରି କରାଯାଉଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇ କମିସିରେଟ ପୋଲିସ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ତେବେ ଆଗକୁ ପୋଲିସର ଏଭଳି ଅଭିଯାନ ଜାରି ରହିବ । ସବୁ ନକଲି କାରବାରର ମୂଳଉତ୍ପାଟନ କରାଯିବ । କଟକ ପୋଲିସ ପକ୍ଷରୁ ଏଭଳି କୁହାଯାଇଛି ।

ସୂଚନାଯୋଗ୍ୟ, ମାତ୍ର କେଇ ଦିନ ବ୍ୟବଧାନରେ କଟକ ପୋଲିସ ନକଲି ଘିଅ କାରଖାନା, ନକଲି ସସ୍‌ କାରଖାନା, ନକଲି ତେଲ କାରଖାନା, ନକଲି ଗୁଟଖା କାରଖାନା, ନକଲି ମସଲା କାରଖାନା ଏମିତିକି ନକଲି ହଳଦି କାରଖାନା ମଧ୍ୟ ଠାବ କରାଯାଇଥିଲା । ଦୁଇ ଦିନ ପୂର୍ବେ ନକଲି ଘିଅ କାରଖାନାରେ ଚଢ଼ଉ କରାଯାଇଥିଳା । କେତେକ ଲାଭଖୋର ମନୋବୃତ୍ତିର ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ସାମଗ୍ରୀରେ ଅପମିଶ୍ରଣ କରୁଛନ୍ତି । ରେଡ୍ ବେଳେ ବାଦାମବାଡ଼ିରୁ ନକଲି ଓ ଅପମିଶ୍ରିତ ଘିଅ କାରଖାନା ଏବଂ ଗୋଦାମ ଠାବ ହୋଇଥିଲା ।

Duplicate Ghee Factory In Cuttack, Police Held 2

ବାଦାମାବାଡ଼ି ପୋଲିସ, ଫୁଡ୍ ଇନ୍ସପେକ୍ଟର ଓ ଓଜନ ମାପି ବିଭାଗ ରେଡ୍ କରିଥିଲା । ଲକ୍ଷ ଲକ୍ଷ ଟଙ୍କାର ଘିଅ ସହିତ ଘିଅ ତିଆରି ମେସିନ ଓ ପ୍ୟାକେଜ ସାମଗ୍ରୀ ଜବତ ହୋଇଥିଲା । ପୋଲିସ ୨ ଜଣଙ୍କୁ ଅଟକ ରଖିଥିଲା । ଗୋଦାମ ଘରୁ ସଂଖ୍ୟାଧିକ କାର୍ଟୁନ୍ ସହ ପାମୋଲିନ୍ ତେଲ ମଧ୍ୟ ଜବତ ହୋଇଥିଲା । ଦୁର୍ଗା ଘିଅ ନାଁରେ ପ୍ୟାକେଜିଂ ହୋଇଥିବା ପ୍ୟାକେଟରେ କମ୍ପାନୀ ଗ୍ରାହକଙ୍କ ଅଭିଯୋଗ ଲାଗି କୌଣସି ଠିକଣା କି ଟେଲିଫୋନ୍ ନମ୍ବର ନଥିଲା । କିଛି ପ୍ୟାକଟରେ ଏକ୍ସପାରୀ ଡେଟ୍ ମଧ୍ୟ ଉଲ୍ଲେଖ ନଥିବା ଦେଖାଯାଇଥିଲା ।

Leave a Reply