ବିବାହ ମଣ୍ଡପରେ ଧରାପଡ଼ିଗଲା ବରର ମିଛ କାହାଣୀ, ଆଉ ତାପରେ…

ଟିଟିଲାଗଡ଼: ଶିଶୁପାଳ ହେଲା ବର । ସବୁ ମିଛ ଧରାପଡ଼ିଗଲା ଶେଷରେ ବିବାହ କରିବାକୁ ଆସି ନିସ୍ତୁକ ଛେଚା ଖାଇଲା ବର । ନକଲି ଘର ନକଲି ଗହଣା ପିନ୍ଧି ଆସିଥିଲେ ଅସଲି ବୋହୂ ନେବାକୁ କିନ୍ତୁ ମିଛର ପର୍ଦାଫାସ ହେବା ପରେ ଶିଶୁପାଳ ହେଲା ବର । ବିବାହ ପାଇଁ ଆସି ହଟହଟା ହୋଇଛନ୍ତି ନକଲି ବର । ବଲାଙ୍ଗୀର ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ,  ନିଜକୁ ସଞ୍ଜୟ ସାହୁ କହି ଚାଉଳସୁଖା ଗାଁର ଏକ ଝିଅକୁ ବିବାହ ପାଇଁ ସ୍ଥିର କରିଥିଲେ । ଝିଅର ପରିବାର ଲୋକଙ୍କୁ ଆଉ କାହାର ଘର ଦେଖାଇ ନିଜ ଘର କହିଥିଲେ । ଏହାସହ ଅନ୍ୟ ଏକ ଗାଁ କହି ବାହାଘର ପାଇଁ ଦିନ ନିର୍ଘଣ୍ଟ କରିଥିଲେ ଉକ୍ତ ବ୍ୟକ୍ତି ଜଣଙ୍କ । ହେଲେ ବିବାହ ପାଇଁ ଆସିବା ପରେ ଖୋଲି ଯାଇଥିଲା ଅସଲ ମୁଖା ।

ବାବୁ ଜଣଙ୍କର ପାଦଠୁ ଆରମ୍ଭ କରି ମୁଣ୍ଡ ଯାଏ ସବୁ ମିଛର ପର୍ଦାଫାସ ହୋଇଯାଇଥିଲା । ଆଉ ଯେତେବେଳ ବ୍ୟକ୍ତି ଜଣଙ୍କ ମିଛ କହିଥିବା ଜଣାପଡ଼ିବା ପରେ ଉତ୍ୟକ୍ତ ହୋଇଯାଇଥିଲେ ପରିବାର ଲୋକ । ଏମିତିକି ବର ପିନ୍ଧିଥିବା ସୁନା ଗହଣା ବି ନକଲି ବୋଲି ଜଣାପଡ଼ିଥିଲା । ଆଉ ଏହା ପରେ ଗାଁ ଲୋକେ ବ୍ୟକ୍ତିଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ । ପରେ ପୋଲିସ ପହଞ୍ଚିବାରୁ ପୋଲିସ ଗାଡ଼ିକୁ ଓ ବରକୁ ଅଟକ ରଖିଥିଲେ ଗାଁ ଲୋକେ ।