ଡୁଙ୍ଗୁରିପାଲି : ପୁଅ ଝିଅକୁ ହାଣି ମାଆର ଆତ୍ମହତ୍ୟା ଉଦ୍ୟମ। ଝାରସୁଗୁଡା ବିମାନବନ୍ଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ଝିଅ ଜିଜ୍ଞାଶା ଓରାମ, ପୁଅ ବିଭାଂଶୁ ଓରାମ। ବିଳମ୍ବିତ ରାତିରେ ପରିବାରର ସମସ୍ତେ ଶୋଇଥିବା ବେଳେ ମା’ ରଂଜିତା ଓରାମ ନିଜ ସ୍ୱାମୀକୁ ଉଠାଇ ଥିଲା। ସ୍ୱାମୀ ଘର କବାଟ ଖୋଲି ବାହାରକୁ ଯାଇଥିବା ସମୟରେ ଭିତରପଟୁ କବାଟ ବନ୍ଦ କରି ପୁଅ ଓ ଝିଅକୁ ହାଣି ନିଜ ବେକକୁ ଛୁରୀରେ ହାଣିବାକୁ ଚେଷ୍ଟା କରୁଥିଲା। ସ୍ବାମୀ ପଡୋଶୀଙ୍କ ସହାୟତରେ ସ୍ତ୍ରୀ ରଞ୍ଜିତାକୁ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ପରେ ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବିମାନବନ୍ଦର ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

