ବେଆଇନ ଭାବେ ଗୋଚର ଜମିରେ ଗଢ଼ି ଉଠିଛି କାରଖାନା, ଉଚ୍ଛେଦ ଦାବିରେ ଆମରଣ ଅନଶନ

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ତହସିଲ ଅନ୍ତର୍ଗତ ପଣ୍ଡକିଟାଲ ଠାରେ ବେଆଇନ ଭାବେ ଗୋଚର ଜମିରେ ଗଢ଼ି ଉଠିଛି କାରଖାନା । ଏକର ଏକର ଜମିକୁ କବ୍ଜା କରିଛନ୍ତି ଠିକାଦାର । ଏହାର ଉଚ୍ଛେଦ ଦାବି କରି ଆଜି ରାମପୁର ତହସିଲ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପଣ୍ଡକିଟାଲ ସଚେତନନାଗରିକ । ରାମପୁର ତହସିଲ ଅନ୍ତର୍ଗତ ପଣ୍ଡକିଟାଲ ମୌଜାର ଗୋଚର ଜମିକୁ ଦୀର୍ଘ ବର୍ଷ ହେବ ଅକ୍ତିଆର କରି ରଖିଛି ଜଣେ ଠିକାଦାର । ପ୍ରଶାସନ କିନ୍ତୁ ଗୋଟିଏ ବର୍ଷ ରୁ ଉର୍ଦ୍ଧ ସମୟ ହେବ ଏକ ନୋଟିସ ଜାରି କରି ଚୁପ୍ ବସିଛି । ଏହାର ଉଚ୍ଛେଦ ଦାବି କରି ଗାଁର ୩ ଜଣ ସଚେତନ ନାଗରିକ  ତହସିଲ ଅଫିସ ସମ୍ମୁଖରେ ଅନିର୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି ।