ରାଜ୍ୟରେ ଏବେ ବି ଦୁର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ନିଅଣ୍ଟିଆ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଦୁର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଦୁର୍ବଳ ହେବା ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । କେବଳ ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ୭୫ ପ୍ରତିଶତ କମ୍ ବର୍ଷା ହୋଇଛି । ଅଗଷ୍ଟ ୧ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟରେ ୨୮.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୧୧୫.୪ ମିଲିମିଟର ବର୍ଷା ହେବା କଥା । ସେହିପରି ଜୁନ୍ ମାସରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୨୮ ପ୍ରତିଶତ କମ୍ ବର୍ଷା ହୋଇଛି । ୨୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ଶହ ୭୭.୭ ମିଲିମିଟର ବର୍ଷା ରେକର୍ଡ ହେବା କଥା କିନ୍ତୁ ୪ ଶହ ୮୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ଠାରୁ ୨୮ ପ୍ରତିଶତ କମ୍ । ୪ଟି ଜିଲ୍ଲା ଭଦ୍ରକ, ବଲାଙ୍ଗିର, ଗଜପତି ଏବଂ ଯାଜପୁରରେ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ନିଅଣ୍ଟିଆ ବର୍ଷା ସମୟରେ ରାଜ୍ୟରେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟରେ କେବଳ କାଳବେିଶାଖୀ ଜନିତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply