spot_img

Latest Posts

ଟେଣ୍ଡର ସମସ୍ୟା ଯୋଗୁଁ ମା ତାରିଣୀଙ୍କ ପାଖକୁ ଆସୁଥିବା ମାନସିକ ନଡିଆ ଗଦା ହେଉଛି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ । ମାଙ୍କ ନିକଟକୁ ନଡିଆ ଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ମାଙ୍କ ପୀଠକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦୈନନ୍ଦିନ ହଜାର ହଜାର ନଡିଆ ପହଁଚିଥାଏ। ଆସୁଥିବା ମାନସିକ ନଡିଆ ମା’ତାରିଣୀଙ୍କ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିରରେ ପିଟାଯିବା ପରେ ଏହାକୁ ବିକ୍ରି କରାଯାଇଥାଏ। ଏହି ମାନସିକ ନଡିଆକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିଥାଏ ମନ୍ଦିର ପ୍ରଶାସନ। ଜିତେନ୍ଦ୍ର ନାରାୟଣ ଜେନା ନାମକ ବ୍ୟକ୍ତି ନଡିଆ ଗୋଟା ପ୍ରତି ୪ଟଙ୍କା ୬୫ ପଇସାରେ ନଡିଆ କିଣିବାକୁ ମନ୍ଦିର ପ୍ରଶାସନ ସହ ଚୁକ୍ତି କରିଥିଲେ। ହେଲେ  କିଛି ମାସ ପରେ କୌଣସି ସମସ୍ୟା  ଯୋଗୁ ଟେଣ୍ଡରୁ ଓହରି ଯାଇଥିଲେ ଉକ୍ତ ଟେଣ୍ଡରଧାରୀ ।  ବ୍ୟକ୍ତି ଜଣକ ଟେଣ୍ଡରରୁ ଓହରି ଯିବା ପରେ  ମାନସିକ ନଡ଼ିଆ ନେବା ପାଇଁ ୪ଥର ଟେଣ୍ଡର ଡକାଗଲାଣି। ହେଲେ ଏଥିରେ କେହି ଅଂଶ ଗ୍ରହଣ କରୁନାହାନ୍ତି। ଯାହା ଫଳରେ ଏବେ ନଡ଼ିଆ ଗୋଦାମ ଗୃହରେ ନଡ଼ିଆ ସଂଖ୍ୟା ବଢି ୧୧ଲକ୍ଷ ପାର ହୋଇଛି।Maa Ghatagaon Tarini Temple in Kendujhar Odisha - Famous Temple In Odisha  [2022]

ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l କିଛି ଦିନ ପୂର୍ବେ ନଡିଆ ଗୋଟା ପ୍ରତି ୩ ଟଙ୍କା ୭୦ ବିକ୍ରି କରିବାକୁ ଆହ୍ୱାନ  ଦିଆଯାଇଥିଲା। କିନ୍ତୁ ଏହାକୁ କିଣିବାକୁ କେହି ରାଜି ହୋଇନଥିଲେ। ପୁଣି ନଡ଼ିଆ ଗୋଟାଏ ପ୍ରତି ୪ଟଙ୍କା ୬୦ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ ମରାଯିବା ସହ ବିଜ୍ଞାପନ ଦିଆଯାଇଛି। ୩ଟଙ୍କା ୭୦ପଇସାରେ କିଣିବାକୁ କେହି ରାଜି ହୋଇନଥିବା ବେଳେ ଲୋକେ କିପରି ୪ଟଙ୍କା ୬୦ପଇସାରେ କିଣିବେ ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଅନ୍ୟପଟେ ମାନସିକ ନଡ଼ିଆ ତୁରନ୍ତ ବିନିଯୋଗ ହେବାର ଆବଶ୍ୟକତା ରହିଛି। ମନ୍ଦିର ପ୍ରଶାସନର ଏପରି ନୀତିଯୋଗୁ ଦିନପରେ ଦିନ ଗଡି ଚାଲିଥିଲେ ମଧ୍ୟ ନଡିଆ ନିଲାମ ହୋଇପାରୁନାହିଁ । ଏ ସମ୍ପର୍କରେ ମନ୍ଦିର କାଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ  ନିଲାମକୁ କେହି ଆସୁନଥିବାରୁ ଏପରିହେଉଛି, ଓ ଆମେ ଦେବୋତ୍ତର କମିଶନରଙ୍କୁ ଜଣାଇଦେଇଛୁ କହି ନିଜ ଉପରୁ ଦୋଷ ଛଡାଇଦେଇଛନ୍ତି l

Latest Posts

Don't Miss