ବର୍ଷା ନହେବାରୁ ଚିନ୍ତାରେ ଚାଷୀ, ମୋଟରରେ ପାଣି ଉଠାଇ ତଳି ବଞ୍ଚାଇବା କଷ୍ଟ

ଗଞ୍ଜାମ : କେଉଁଠି ବର୍ଷା ଲୋକଙ୍କ ପାଇଁ କାଳ ସାଜିଥିଲା । ଏବେ କେଉଁଠି ବର୍ଷା ନହେବାରୁ ଚିନ୍ତାରେ ଦିନ ବିତାଉଛନ୍ତି ଚାଷୀ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଅନେକ ଚାଷୀ ଏବେ ବର୍ଷା ଅପେକ୍ଷାରେ । ମୌଳାଭଣଜା ପୋଡାସିଙ୍ଗି ନାଳ ଓ ମହାଦେଇ ସାଗର ଉପରେ ଚାଷୀ ଭରଷା କରୁଥିବା ବେଳେ କ୍ଷୁଦ୍ରଜଳ ସେଚନ ଉପରୁ ଆଶା ଭରସା ତୁଟିବାରେ ଲାଗିଛି । କେନାଳ ସଫା କରିବା ନେଇ ସରକାର ଲକ୍ଷଲକ୍ଷ ଟଙ୍କା ଟେଣ୍ଡର କରୁଥିବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କ ପାଇଁ କେନାଳ ଶୁଖିଲା ପଡୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଧାନତଳି ଶୁଖିଯାଇଥିବା ବେଳେ ମୋଟର ସାହାଯ୍ୟରେ ପାଣି ଉଠାଇ ତଳିକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଚାଷୀ । ସାନଖେମୁଣ୍ଡି ବ୍ଲକ ନୁଆଁମୌଳା ଭଣଜା, ଡେଙ୍ଗାଓସ୍ତା, ପୋଡାମାରି, ପାଟପୁର, ଖଲିଙ୍ଗୀ, ଆଡ଼ପଡା ଆଦି ଅଞ୍ଚଳରେ ବର୍ଷାର ଉଭାନ ପରେ ଚାଷ କାମ ଠପ ହୋଇ ପଡ଼ିଛି ।Only 50% farmers benefited from farm loan waivers, finds study - The Hindu

ଘୋଡ଼ାହାଡ଼ ଡ୍ୟାମରୁ ପାଣି ଛଡାଯାଇଥିଲେ ବି ଉପର ମୁଣ୍ଡରେ ଚାଷ ସରିଯାଇଛି । ହେଲେ ତଳିଆ ଲୋକ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ଭେଟିଛନ୍ତି ଚାଷୀ ।  କେନାଳକୁ ସଫା କରିବା ସହ ନଦୀରୁ ପାଣି ଉଠାଇବା ବ୍ୟବସ୍ଥା କରିବାକୁ ଦାବି ରଖିଛନ୍ତି ଚାଷୀ । ସେହିପରି ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଛନ୍ତି ସାନଖେମୁଣ୍ଡି ବ୍ଲକ ମୌଳାଭଣଜା ଗାଁର ଲୋକ । କେନାଳକୁ ସଫା କରିବା ସହ ଜଳ ଯୋଗାଣ ବ୍ୟବସ୍ଥା କିମ୍ବା ନଦୀକୁ ବନ୍ଧାଇ କେନାଳରେ ପାଣି ଛାଡିବାକୁ ଚାଷୀ କୁଳ ଦାବି କରିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରି ହୋଇପଡିଛି ।