କ୍ୟାରିଅରର ଶେଷ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ହାରିଲେ ସାନିୟା
1 min read
ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିୟା ମିର୍ଜା ନିଜ କ୍ୟାରିଅରର ଶେଷ ଟୁର୍ଣ୍ଣାମେଣ୍ଟ ଦୁବାଇ ଟେନିସ୍ ଚମ୍ପିୟନସିପର ପ୍ରଥମ ରାଉଣ୍ଡରେ ପରାଜିତ ହୋଇ ବାହାରି ଯାଇଛନ୍ତି । ଦୁବାଇରେ ମଙ୍ଗଳବାର ମିର୍ଜା ଏବଂ ତାଙ୍କର ଆମେରିକାନ ପାର୍ଟନର ମ୍ୟାଡିସନ କିଜଙ୍କୁ ଋଷିଆର ବେରୋନିକା କୁଦେରମେଟୋବା ଏବଂ ଲ୍ୟୁଡମିଲା ସୈମସୋନୋଭା ୬-୪ ରେ ପରାଜିତ କରିଛନ୍ତି । ୩୬ ବର୍ଷୀୟ ସାନିୟା ମିର୍ଜା ଏକ ମାସ ପୂର୍ବେ ଟେନିସରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ।
ଏବଂ କହିଥିଲେ ଯେ ଦୁବାଇରେ ସେ ନିଜ କ୍ୟାରିଅରର ଶେଷ ମୁକାବିଲା ଖେଳିବେ । ସାନିୟା ମିର୍ଜା ନିଜ କ୍ୟାରିଅରରେ ୬ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସାରିଛନ୍ତି । ଏଥିରେ ୩ ୱିମେନ୍ସ ଡବଲ୍ସ ଏବଂ ୩ ମିକ୍ସ ଡବଲ୍ସ କ୍ୟାଟେଗୋରୀରେ ଆସିଛି । ସାନିୟା ଶେଷ ଗ୍ରାଣ୍ଡସ୍ଲାମ ୨୦୧୬ରେ ଜିତିଥିଲେ । ସାନିୟା ଗତ ମାସରେ ଖେଳାଯାଇଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନର ମିକ୍ସଡ ଡବଲ୍ସ କ୍ୟାଟେଗୋରୀରେ ରନରଅପ୍ ହୋଇଥିଲେ । ସେ ରୋହନ ବୋପନ୍ନାଙ୍କ ସହ ପେୟାର ବନାଇଥିଲେ ।