ସ୍ୱାମୀଙ୍କ ଚୋରା ପିରତୀ ଧରାପକାଇଲା କ୍ରେଡିଟ୍ କାର୍ଡ

1 min read

ଦୁବାଇ: ସ୍ତ୍ରୀ କାର୍ଡରେ ପ୍ରେମିକା ପାଇଁ ଜିନିଷ କିଣୁଥିଲେ ବି ପତ୍ନୀ ଜାଣିପାରୁନଥିଲେ । ହେଲେ ବ୍ୟାଙ୍କର ଗୋଟିଏ ମେସେଜ ସ୍ୱାମୀଙ୍କର ପରକୀୟା ସମ୍ପର୍କର ଗୁମର ଫିଟାଇଛି  । ଦୁବାଇରେ ଏମିତି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ ଦୁବାଇରେ ରହୁଥିବା ଜଣେ ମହିଳାଙ୍କ ପାଖକୁ ମେସେଜ ଆସିଥିଲା ଯେ ତାଙ୍କ କ୍ରେଡିଟ କାର୍ଡ ବ୍ୟବହାର ହୋଇଛି ଓ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ଜରିମାନା ପଇଠ କରାଯାଇଛି । ତେବେ ଦୀର୍ଘଦିନ ଧରି କ୍ରେଡିଟ କାର୍ଡ ବ୍ୟବହାର କରିନଥିବା ମହିଳା ଜଣକ ଏ ନେଇ ଆଚମ୍ବିତ ହୋଇଯାଇଥିଲେ ।

ଏବାବଦରେ ସେ ସ୍ୱାମୀଙ୍କୁ ପଚାରିଥିଲେ ବି ସ୍ୱାମୀ କିଛି ଜାଣିନଥିବା କହି ମନା କରିଦେଇଥିଲେ । ଆଉ କ୍ରେଡିଟ କାର୍ଡରେ ଅନଲାଇନ ଠକେଇ ହୋଇଥିବାର ସନ୍ଦେହ କରି ମହିଳା ଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଦୁବାଇ ପୁଲିସର ସାଇବର-ଅପରାଧ ବିଭାଗର ଉପ ନିର୍ଦ୍ଦେଶକ କ୍ୟାପଟେନ ଅବଦୁଲ୍ଲା କହିଛନ୍ତି ଯେ ଜଣେ ମହିଳା ତାଙ୍କ କ୍ରେଡିଟ କାର୍ଡର ବ୍ୟବହାର ଟ୍ରାଫିକ ଜରିମାନା ପାଇଁ ବ୍ୟବହାର ହୋଇଥିବାର ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ବ୍ୟାଙ୍କ ସହ ଏବାବଦରେ ଯୋଗାଯୋଗ କରିଥିଲା । ପୁଲିସ କାର୍ଡ ବ୍ୟବହାର ହୋଇଥିବା ସ୍ଥାନରେ ଯାଞ୍ଚ କରିବାରୁ ଅନ୍ୟ ଜଣେ ମହିଳାଙ୍କ ବାବଦରେ ଜଣାପଡିଥିଲା ।

ପୁଲିସ ଯେତେବେଳେ ତାଙ୍କୁ ଆଣି ପଚରାଉଚୁରା କରିଥିଲେ, ସେତେବେଳେ ମହିଳାଜଣକ କହିଥିଲେ ଯେ ତାଙ୍କୁ ତାଙ୍କ ପ୍ରେମିକ କାର୍ଡଟି ଦେଇଛନ୍ତି । ଆଉ ପ୍ରେମିକ ଦେଇଥିବା କାର୍ଡକୁ ସେ ଟ୍ରାଫିକ ଜରିମାନା ସହ ଅନ୍ୟ ଜିନିଷ କିଣିବାରେ ଖର୍ଚ୍ଚ କରିଥିଲେ । କାର୍ଡଧାରକ(ପତ୍ନୀ) ଯେତେବେଳେ ଏବାବଦରେ ଜାଣିଲେ ସେତେବେଳେ ସେ ବିଶ୍ୱାସ କରିପାରିନଥିଲେ । କାରଣ ସ୍ୱାମୀଙ୍କର ଚୋରା ପ୍ରୀତି ବାବଦରେ ସେ ଜାଣିନଥିଲେ । ଆଉ ଏହା ପରେ ଉଭୟ ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

Leave a Reply