ମାଳଦ୍ୱୀପରେ ମାଛ ସହ ସ୍କୁବା ଡାଇଭିଂ କଲେ ବାପା ଓ ଝିଅ, ଦେଖନ୍ତୁ…

1 min read

ଭୁବନେଶ୍ୱର: ସ୍କୁବା ଡାଇଭିଂ କରି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି ଦୁବାଇର ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କ ୧୩ ବର୍ଷର ଝିଅ ତିଷ୍ୟା। ମାଳଦ୍ବୀପର ସନ୍ ସିୟାମ ଓଲହୁବେଲି ରେସର୍ଟର ରିଫରୁ ମାଣ୍ଟାରେ’ ମାଛ ସହ ଡାଇଭିଂ କରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ୨୦୨୦ରେ ମାତ୍ର ୧୦ ବର୍ଷ ବୟସରେ ସ୍କୁବା ଡାଇଭିଂ କରି ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭରର ମାନ୍ୟତା ହାସଲ କରିଥିଲେ ତିଷ୍ୟା।

ସେହିପରି ୨୦୨୨ରେ ରାଜ୍ୟର ଆଡଭାନସଡ୍ ସର୍ବକନିଷ୍ଠ ସ୍କୁବା ଡାଇଭର ଭାବେ ଖ୍ୟାତି ଅର୍ଜ୍ଜନ କରିଛନ୍ତି। ତେବେ ବାପା-ଝିଅଙ୍କ ସ୍କୁବା ଡାଇଭିଂ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛି। ଗତ ଅଗଷ୍ଟ ୨୧ରେ ସ୍କୁବା ଡାଇଭିଂ ଜରିଆରେ ନୂଆଁଖାଇ ଶୁଭେଚ୍ଛା ଜଣାଇବା, ଗତବର୍ଷ ଡିସେମ୍ବରରେ ସାର୍କ ସହ ଡାଇଭିଂ କରିବାକୁ ନେଇ ସେ ଖବରର ଶିରୋନାମା ପାଲଟିଥିଲେ।

ଅପରପକ୍ଷେ ଚଳିତ ବର୍ଷ ଏପ୍ରିଲରେ ତିଷ୍ୟାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବାପା ପ୍ରିୟଦର୍ଶୀ ମାଲେସିଆରେ ୧୦୦ ଫୁଟ୍ ଗଭୀରରେ ଡାଇଭିଂ କରିଥିଲେ। ଏହାସହ ବାପା-ଝିଅ ଆଡଭାନସଡ ସ୍କୁବା ଡାଇଭିଂ କ୍ଲବରେ ସାମିଲ ହୋଇପାରିଛନ୍ତି।