ବିଜେପିର ଦୋମୁହାଁ ନୀତି, ମମିତା ମାମଲାରେ ପରିବାରକୁ ଭେଟି କରୁଛନ୍ତି ମାଇଲେଜ୍ ପଲିଟିକ୍ସ

Dual Face Of BJP, Mileage Politics In Mahaling Mamita Meher Case

ବଲାଙ୍ଗିର: ଉତ୍ତରପ୍ରଦେଶର ଲଖିମପୁର ହେଉ କି ହାଥରସ । ଅପରାଧ ପରେ ବିରୋଧୀଙ୍କ ଏଣ୍ଟ୍ରି ବ୍ୟାନ୍‌ ହୋଇଥିଲା । ନା ପୀଡ଼ିତଙ୍କୁ ଭେଟିବାକୁ ଅନୁମତି ମିଳିଥିଲା ନା ଘଟଣାସ୍ଥଳକୁ ଯିବାକୁ । ଏପରିକି ଲାଗୁ ହୋଇଥିଲା ୧୪୪ ଧାରା । ହେଲେ ବିଜେପିର ଯେମିତି ୟୁପି ପାଇଁ ଗୋଟେ ଆଉ ଓଡ଼ିଶା ପାଇଁ ଆଉ ଗୋଟେ ଆଭିମୁଖ୍ୟ । ମମିତା ମାମଲାରେ ନିଇତି ପରିବାରକୁ ଭେଟି ବିରୋଧୀ କରୁଛି ମାଇଲେଜ୍ ପଲିଟିକ୍ସ । ସମବେଦନା ଆଳରେ ବିଜେପି କରୁଛି ପବ୍ଲିସିଟି ଷ୍ଟଣ୍ଟ । ମମିତାଙ୍କ ଘରେ ନେତା, କର୍ମୀ ହାଉଯାଉ ।

 Dual Face Of BJP, Mileage Politics In Mahaling Mamita Meher Case

ମମିତା ମାମଲା ପରେ ବିଜେପିର ପଲିଟିକାଲ୍‌ ଟୁରିଜିମ୍ । ସମବେଦନା ନାଁରେ ନିଇତି କରୁଛନ୍ତି ପଲିଟିକାଲ୍‌ ଷ୍ଟଣ୍ଟ, କ୍ରାଇମ୍‌ସ୍ପଟ୍‌ରେ ଫଟୋ ସେସନ୍‌ । ମମିତା ମୃତ୍ୟୁକୁ ଦିନ କେଇଟା ପୂରିନି । ପରିବାର ଆଖିରୁ ଲୁହ ଶୁଖିନି, ହେଲେ ଘଟଣା ଆଞ୍ଚରେ ଚାଲିଛି ରାଜନୀତିର ରୁଟିସେକା । ପରିବାରକୁ ନ୍ୟାୟ ନୁହେଁ ନିଜ ଭାଗର ରାଜନୈତିକ ଫାଇଦା ପାଇଁ ମମିତାଙ୍କ ଘରକୁ ଛୁଟୁଛି ନେତାଙ୍କ ଗାଡ଼ି । ଯୁଆଡ଼େ ଦେଖିଲେ ନେତା, କର୍ମୀ ହାଉଜାଉ । ମୃତ ଝିଅ କଥା କେତେଥର କହିବେ, ଆଉ କେତେ କାହାକୁ କହିବେ ।

 Dual Face Of BJP, Mileage Politics In Mahaling Mamita Meher Case

ମନ ଭିତରର ଅଦେଖା ଘାକୁ ବାରମ୍ବାର ଉଖାଡ଼ି ଦେଉଛନ୍ତି ନେତା । ଆଜି ଜଣେ, ତ କାଲି ଆଉ ଜଣେ । ଅଯଥା ପ୍ରଶ୍ନରେ ଅଥୟ କରୁଛନ୍ତି । ଏପରିକି ବାରମ୍ବାର ପ୍ରଶ୍ନରେ ଅସ୍ତବ୍ୟସ୍ତ ହୋଇ ବେହୋସ୍ ହୋଇଗଲେ ମମିତାଙ୍କ ମାଆ । ତଥାପି ଅଟକିଲାନି ପ୍ରଶ୍ନ, ସରିଲାନି ସମବେଦନା ରାଜନୀତି । ଏସବୁ ପରେ କୋହଭରା କଣ୍ଠରେ ହାତ ଯୋଡ଼ି ରାଜନୀତି ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ମମିତାଙ୍କ ବାପା । ପୋଲିସ ତଦନ୍ତରେ ସେ ସନ୍ତୁଷ୍ଟ, ଗୋବିନ୍ଦଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି ।

ମମିତାଙ୍କ ଘରେ ସରିନଥିଲା ବିଜେପିର ପବ୍ଲିସିଟି ଷ୍ଟଣ୍ଟ । ମିଛ ସମବେଦନା ପରେ ସରଜମିନ୍‌ ତଦନ୍ତ ନାଁରେ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲେ ବିଜେପି ନେତା । ଯେଉଁ ସ୍ଥାନ ଖୋଳା ହୋଇ ମମିତାଙ୍କ ମୃତଦେହ ମିଳିଥିଲା, ସେଠାରେ ଫଟୋ ସେସନ୍‌ କରିଥିଲେ ବିଜେପି ନେତା । ଉଠାଇଥିଲେ ଗ୍ରୁପ୍ ଫଟୋ । ବିଜେପି ନେତାଙ୍କ ଏପରି ମାଇଲେଜ ରାଜନୀତିକୁ ନିନ୍ଦା କରିଛନ୍ତି ମହାଲିଙ୍ଗ ବାସିନ୍ଦା ।

 Dual Face Of BJP, Mileage Politics In Mahaling Mamita Meher Case

ତଦନ୍ତ ତା’ ବାଟରେ ଚାଲିଛି, ପୋଲିସ ପଞ୍ଝାରେ ଅଭିଯୁକ୍ତ । ତଥ୍ୟ ପ୍ରମାଣ ସବୁ ମିଳିଛି । ଆଇନ୍ ବ୍ୟବସ୍ଥା ଅନୁସାରେ ବିଚାର ହେବ, ପୀଡ଼ିତା ପରିବାରକୁ ନ୍ୟାୟ ମିଳିବ। ହେଲେ ଏଭଳି ସମ୍ବେଦନଶୀଳ ଘଟଣାରୁ ରାଜନୈତିକ ଫାଇଦା ନେବାକୁ ସୁଯୋଗ ଖୋଜୁଛନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ କହୁଛନ୍ତି, ଗୋବିନ୍ଦ ସାହୁଙ୍କ କଳା କାରନାମା ବହୁ ପୂର୍ବରୁ ଜଣାଥିଲା। ହେଲେ ପ୍ରଶ୍ନ ଉଠୁଛି, ସେ ସମୟରେ କାହିଁକି ମୁହଁ ଖୋଲିନଥିଲେ ?

Leave a Reply