spot_img

Latest Posts

ବିମାନ ବନ୍ଦର ଏଟିସିରେ ବଳପୂର୍ବକ ପ୍ରବେଶ ଘଟଣା: ୯ ବିଜେପି ନେତାଙ୍କ ବିରୋଧରେ ଏଫ୍ଆଇଆର୍

ରାଞ୍ଚି: ନିୟମ ଭାଙ୍ଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ମନୋଜ ତିଓ୍ବାରି । ଦୁହିଁଙ୍କ ନାମରେ ରୁଜୁ ହୋଇଛି ମାମଲା । ଝାଡ଼ଖଣ୍ଡ ଦେଓଘର ବିମାନ ବନ୍ଦର ଏଟିସିରେ ବଳପୂର୍ବକ ପ୍ରବେଶ କରିବା ଘଟଣାକୁ ନେଇ ଦାୟର ହୋଇଛି ଏଫଆଇର । ଉଡ଼ାଣ ଲାଗି ସେମାନଙ୍କ ଚାର୍ଟାର୍ଡ ଫ୍ଲାଇଟକୁ ଅନୁମତି ଦେବାକୁ କେନ୍ଦ୍ର କରି ବିମାନ ବନ୍ଦର ଅଫିସରଙ୍କୁ ବାଧ୍ୟ କରିବା ଘଟଣାରେ ନିଶିକାନ୍ତ, ମନୋଜ ଓ ଅନ୍ୟ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

ନିଶିକାନ୍ତ ଜଣେ ସାଂସଦ ହୋଇ ସୁଦ୍ଧା ବିମାନ ବନ୍ଦରର ଏଟିସିରେ ବଳପୂର୍ବକ ପ୍ରବେଶ କରିବାରୁ ସେଠାରେ ଉତ୍ତେଜନା ହୋଇଥିଲା । ସୂର୍ଯ୍ୟାସ୍ତ ପରେ ବିମାନକୁ ଅନୁମତି ଦେବାର ନିୟମ ନଥିଲେ ମଧ୍ୟ ସେମାନେ ଅନୁମତି ଦେବାକୁ ବାଧ୍ୟ କରିଥିଲେ । ବିମାନ ବନ୍ଦରର ଡିଏସପି ସୁମନ ଅନନ ଏହି ମାମଲା ରୁଜୁ କରିଛନ୍ତି ।

ଗତ ଅଗଷ୍ଟ ୩୧ ତାରିଖରେ ଗୋଡାର ଲୋକସଭା ସାଂସଦ ନିଶିକାନ୍ତ ଦୁବେ, ତାଙ୍କ ପୁଅ କନିଷ୍କକାନ୍ତ ଦୁବେ, ମହିକାନ୍ତ ଦୁବେ, ଏମପି ମନୋଜ ତିଓ୍ବାରି, ମୁକେଶ ପାଠକ, ଦେବତା ପାଣ୍ଡେ ପ୍ରମୁଖ ଦେଓଘର ବିମାନ ବନ୍ଦରର ହାଇସିକ୍ୟୁରିଟି ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମ୍ ଭିତରେ ପଶି ବିମାନ ଉଡାଣ ଲାଗି ଅନୁମତି ମାଗିଥିଲେ । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ତେବେ ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ଅନୁମତି କ୍ରମେ ସେମାନେ ସନ୍ଧ୍ୟା ୬ଟା ୧୭ରେ ବିମାନ ଯାତ୍ରା କରିଥିଲେ । ଏହାକୁ ନେଇ ଦେଓଘର ମାଜିଷ୍ଟ୍ରେଟ ମଞ୍ଜୁନାଥ ଭଜାନ୍ତ୍ରି କହିଛନ୍ତି ବିଜେପି ନେତାମାନେ ଜାତୀୟ ନିରାପତ୍ତା ଉଲ୍ଲଂଘନ କରିଛନ୍ତି । ଏପରିକି ଏଟିଏସ ଭିତରେ ପ୍ରବେଶ ଲାଗି ସେମାନଙ୍କୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ମଞ୍ଜୁନାଥ ।

Latest Posts

Don't Miss